ଓଡିଶା

odisha

By

Published : Feb 3, 2021, 4:36 PM IST

Updated : Feb 3, 2021, 4:42 PM IST

ETV Bharat / state

ଶୁଣିଲାନି ପ୍ରଶାସନ ଦଳ ସଫା କଲେ ଚାଷୀ

ଧାନ ବିଲରେ ପାଣି ନାହିଁ, ଫାଟି ଆଁ କଲାଣି କ୍ଷେତ । ବକ୍ସି କାଣିଆ କେନାଲରୁ ଦଳ ସଫା କରିବା ପାଇଁ ପ୍ରଶାସନ ନିକଟରେ ଚାଷୀମାନେ ବାରମ୍ବାର ଗୁହାରି କରି ନିରାଶ ହେବାରୁ ଶେଷରେ ନିଜେ ଦଳ ସଫା କରିଛନ୍ତି । ଅଧିକ ପଢନ୍ତୁ...

ବକ୍ସି କାଣିଆ କେନାଲରୁ ଦଳ ସଫା କଲେ ଚାଷୀ
ବକ୍ସି କାଣିଆ କେନାଲରୁ ଦଳ ସଫା କଲେ ଚାଷୀ

ବ୍ରହ୍ମଗିରି: ଧାନ ବିଲରେ ପାଣି ନାହିଁ, ଫାଟି ଆଁ କଲାଣି କ୍ଷେତ। ବକ୍ସି କାଣିଆ କେନାଲରୁ ଦଳ ସଫା କରିବା ପାଇଁ ପ୍ରଶାସନ ନିକଟରେ ଚାଷୀମାନେ ବାରମ୍ବାର ଗୁହାରି କରି ନିରାଶ ହେବାରୁ ଶେଷରେ ନିଜେ ଦଳ ସଫା କରିଛନ୍ତି । ଧାନ ଚାଷ ପାଇଁ ବରକୁଡ଼ି, ବେନାକୁଦି, ହାଣ୍ଡିଆଳି, ରୋଡ଼ଙ୍ଗ ଆଦି 10ଟି ଗ୍ରାମର ଚାଷୀ ବକ୍ସି କାଣିଆର ପାଣି ଉପରେ ନିର୍ଭର କରିଥାନ୍ତି ।

ବକ୍ସି କାଣିଆ କେନାଲରୁ ଦଳ ସଫା କଲେ ଚାଷୀ

ଦୁଇ ବର୍ଷ ତଳେ ଏହି କାଣିଆ କେନାଲ ଖୋଳିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ, ଏହାର ରକ୍ଷଣାବେକ୍ଷଣ ଉପରେ ଜଳ ସେଚନ ବିଭାଗ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି। ଦଳ ସଫା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା କେବଳ କାଗଜ କଲମରେ ଖର୍ଚ୍ଚ କରାଇ ବିଭାଗୀୟ ଅଧିକାରୀ ମାନେ ଏହାକୁ ଆତ୍ମସାତ୍‌ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଚାଷୀମାନେ ଫସଲ ପାଇଁ ମୁଖ୍ୟତ ବକ୍ସି କାଣିଆ ପାଣି ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଅତ୍ୟଧିକ ଦଳ ହୋଇଥିବାରୁ ଚାଷ ଜମିକୁ ପାଣି ଯାଉନାହିଁ । ଦଳ ସଫା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହେବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ନିଜେ କାଣିଆରୁ ଦଳ ସଫା କରିଥିବା ଦେଖିବାକୁ ମିଳିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Feb 3, 2021, 4:42 PM IST

ABOUT THE AUTHOR

...view details