ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ବାତ୍ୟା ଫନି ପରେ ହୋଇଥିବା କ୍ଷୟକ୍ଷତିର କରିଛନ୍ତି ଅନୁଧ୍ୟାନ। ଆସନ୍ତା ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ତଥା ଜୁନ 17 ତାରିଖ ସୁଦ୍ଧା ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ସରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରେ ପହଁଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କୁ ମନ୍ଦିର ଭିତରକୁ ନେଇଯାଇଥିଲେ । ବରିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ସମେତ ଏଏସଆଇର ପ୍ରତିନିଧି ମଧ୍ୟ ନବୀନଙ୍କ ସହ ରହି ମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦ୍ବାରପାଳ ଜୟ ମୂର୍ତ୍ତି, ଭୋଗ ମଣ୍ଡପର କଳସ, କଳ୍ପବଟ ବୃକ୍ଷ, ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରରେ ହୋଇଥିବା କ୍ଷତିର ଯଥାଶୀଘ୍ର ଭରଣା କରଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଶ୍ରୀମନ୍ଦିର ଅପେକ୍ଷା ଗୁଣ୍ଡିଚା ମନ୍ଦିରରେ ଅଧିକ କ୍ଷତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ ମଧ୍ୟ କରାଇଛନ୍ତି । ତେବେ ଆସନ୍ତା 17 ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ସରିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ