ଓଡିଶା

odisha

By

Published : Oct 15, 2019, 9:36 PM IST

ETV Bharat / state

ବାଲୁକା କଳାରେ ‘ହାପି ବର୍ଥଡେ ନବୀନ’

16 ଅକ୍ଟୋବର ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 73 ବର୍ଷରେ ନବୀନ ପଦାର୍ପଣ କରିବେ । ଏନେଇ ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକାକଳାରେ ‘ହାପି ବର୍ଥଡେ ନବୀନ’

ପୁରୀ: ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 73 ବର୍ଷରେ ପଦାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳାରେ ଅଭିନବ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକାକଳାରେ ‘ହାପି ବର୍ଥଡେ ନବୀନ’

ସେ ବାଲୁକା କଳାରେ ନବୀନଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟ ବେଶ୍‌ ଭିଡ ଜମିଛି ।

ପ୍ରକାଶ ଯେ,ଚଳିତ ବର୍ଷ ଫନି କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ନ ପାଳିବାକୁ ଘୋଷଣା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details