ପୁରୀ:ପୁରୀରେ ଆୟୋଜିତ ହେବ ଜାତୀୟ ସଫ୍ଟବଲ ଚମ୍ପିଆନସିପ । ଆସନ୍ତା ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ପୁରୀ ସ୍ପୋର୍ଟ କମ୍ଲେକ୍ସ ଠାରେ ଜାତୀୟ ସଫ୍ଟବଲ ଚମ୍ପିଆନସିପ ଅନୁଷ୍ଠିତ ହେବ। ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ତେବେ ଏ ସମ୍ପର୍କରେ ଏକ ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏହାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ଚମ୍ପିଆନସିପ ୫ ଦିନ ଧରି ଚାଲିବ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ୨୪ ଗୋଟି ମହିଳା ଓ ୨୬ ଗୋଟି ପୁରୁଷ ଦଳ ଅଂଶ ଗ୍ରହଣ କରିବେ। ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଖାଦ୍ୟ, ପରିମଳ ବ୍ୟବସ୍ଥା, ଗମନାଗମନ, କ୍ରିଡାବିତଙ୍କ ସୁରକ୍ଷିତ ରହଣି, ସୁରକ୍ଷା ବ୍ୟବସ୍ଥା, ପ୍ରଚାର ପ୍ରସାର ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା ।