ଓଡିଶା

odisha

ETV Bharat / state

ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା, ସଡ଼କ ସୁରକ୍ଷା ସପ୍ତାହରେ ନୂଆ ନିୟମ - awareness in puri

Road Safety Awareness: ଜାନୁଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଏଥିପାଇଁ ପୁରୀରେ ସମସ୍ତ ନିୟମ କଡ଼ାକଡ଼ି କରାଯାଇଛି । ନିୟମ ବିଷୟରେ ଜାଣନ୍ତୁ...

road safety awareness
ସଡ଼କ ସୁରକ୍ଷା ସପ୍ତାହ

By ETV Bharat Odisha Team

Published : Jan 1, 2024, 7:36 PM IST

ସଡ଼କ ସୁରକ୍ଷା ସପ୍ତାହ

ପୁରୀ: ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା । ଜାନୁଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। 'ସଡ଼କ ସୁରକ୍ଷା ପରିବାର ରକ୍ଷା' ବାର୍ତ୍ତା ନେଇ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଏହି ସପ୍ତାହରେ ହେଲମେଟ୍ ନପିନ୍ଧିଲେ ସରକାରୀ ଅଧିକାରୀ ଅଫିସ ଆସିବେ ନାହିଁ ବୋଲି ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ନିଷ୍ପତି ହୋଇଥିବା ଆରଟିଓ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ବିଭିନ୍ନ ବସ୍, ଅଟୋ ଓ କର୍ମଚାରୀ ସଂଘ ସହିତ ବୈଠକ ପରେ ଏହି ସୂଚନା ଦିଆଯାଇଛି । ଏହି ସପ୍ତାହ ପାଳନ ଅବସରରେ ମଦ୍ୟପାନ କରି ଡ୍ରାଇଭିଂ ମୋବାଇଲରେ କଥା ହେବା ବେଳେ ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚଳାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ଏବଂ ହେଲମେଟ୍ ଚେକିଙ୍ଗକୁ କଡାକଡି କରାଯିବ।

ଏଥିସହ ଡ୍ରାଇଭରମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ, ବିଭିନ୍ନ ଥାନା ଅଞ୍ଚଳରେ ମିଳିତ ଯାଞ୍ଚ, ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ସହ ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବ। ବୈଠକରେ ମୋଟର ଯାନ ନିରୀକ୍ଷକ ରାଜେଶ ମହାପାତ୍ର, ଟ୍ରାଫିକ ନିରୀକ୍ଷକ ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୁରକ୍ଷିତ ଯାତାୟତ ପାଇଁ ପୁରୀ ଆରଟିଓ ଏବଂ ପୁରୀ ପୋଲିସ ପକ୍ଷରୁ ହେବ କଡ଼ା ଚେକିଂ। ବିଶେଷ କରି ନୂଆବର୍ଷରେ ମଦ୍ୟପାନ କରି ଗାଡି ଚାଳନା ଉପରେ କଡା ଚେକିଙ୍ଗ ହେଉଥିବା କୁହାଯାିଛି । ମଦ୍ୟପାନ କରି ଗାଡି ଚଳାଇବା ନଜରକୁ ଆସିଲେ ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଚାଳକକୁ 10 ହଜାର ଟଙ୍କା ଜରିମାନା ସହ 3 ମାସ ଲାଇସେନ୍ସ ବାତିଲ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ମଦ୍ୟପାନ କାରି ଗାଡି ନ ଚଳାଇବାକୁ ସତର୍କ କରିଛନ୍ତି ପୁରୀ ଆରଟିଓ ରବିନ ପଟ୍ଟନାୟକ। ସେ କହିଛନ୍ତି,"ଜାନୁଆରୀ ପ୍ରଥମ ସପ୍ତାହରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି। ବାଇକ୍ ଚାଳକ ହେଲମେଟ ନ ପିନ୍ଧିଲେ, କାର ଚାଳକ ସିଟ୍ ବେଲଟ ନ ବାନ୍ଧିଲେ ଜରିମାନା ସହ ଲାଇସେନ୍ସ ବାତିଲ କରାଯିବ।" ସେହିପରି 16 ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ନଦେବାକୁ ଅଭିଭାବକଙ୍କୁ ପୁରୀ ଆରଟିଓ ଅପିଲ କରିଛନ୍ତି। ନିୟମ ଉଲଘଂନ ହେଲେ ଆଇନ ଅନୁଯାୟୀ ଜରିମାନା ସହ କାର୍ଯ୍ୟନୁଷ୍ଠାନ ହେବ। ଗାଡି ଚଳାଇବାବେଳେ ମୋବାଇଲ ଫୋନରେ କଥା ହେଉଥିଲେ 5 ହଜାର ଜରିମାନା ସହ 3 ମାସ ଲାଇସେନ୍ସ ବାତିଲ କରାଯିବ ।

ଏହା ମଧ୍ୟ ପଢନ୍ତୁ...ଦୁର୍ଘଟଣା ଓ ପାର୍କିଂ ସମସ୍ୟା ଦୂର କରିବ QR କୋଡ୍

ମାଲ୍ ପରିବହନ ଯାନରେ ଯାତ୍ରୀ ପରିବହନ କଲେ 5 ହଜାର ଜରିମାନା ସହ 3 ମାସ ଲାଇସେନ୍ସ ସସପେଣ୍ଡ, ଓଭର ସ୍ପିଡ ଯଥା ନିର୍ଦ୍ଧାରିତ ହୋଇଥିବା ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥରେ 80ରୁ ଅଧିକ ବେଗରେ , ପୁରୀ କୋଣାର୍କ ରାସ୍ତାରେ 60ରୁ ଅଧିକ ବେଗରେ ଗାଡି ଚାଳନା କଲେ 7 ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଲାଇସେନ୍ସ ବାତିଲ କରାଯିବ। କଟକ-ଭୁବନେଶ୍ବର ଭଳି ପୁରୀ ସହରରେ ମଧ୍ଯ ନୂଆବର୍ଷରୁ ସଡ଼କ ସୁରକ୍ଷା ନିୟମ ଅନୁପାଳନ ପାଇଁ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଏଣୁ ପୁରୀ ସହରବାସୀ ଓ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଅନୁରୋଧ କରିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details