ଓଡିଶା

odisha

ETV Bharat / state

ଜନ ଆନ୍ଦୋଳନର ରାଷ୍ଟ୍ରୀୟ ବୈଠକ ଉଦଘାଟିତ - ପୁରୀରେ ଜନ ଆନ୍ଦୋଳନ

ପୁରୀରେ ଜନ ଆନ୍ଦୋଳନର 25ତମ ରାଷ୍ଟ୍ରୀୟ ବୈଠକ ଉଦଘାଟିତ ହୋଇଛି। ଏହି ବୈଠକ ତିନି ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ସମାଜସେବୀ ମେଧା ପାଟେକର ଯୋଗ ଦେଇଥିଲେ।

ଜନ ଆନ୍ଦୋଳନର ରାଷ୍ଟ୍ରୀୟ ବୈଠକ ଉଦଘାଟିତ

By

Published : Nov 23, 2019, 3:29 PM IST


ପୁରୀ: ଜନ ଆନ୍ଦୋଳନର 25 ତମ ରାଷ୍ଟ୍ରୀୟ ବୈଠକ ପୁରୀରେ ଉଦଘାଟିତ ହୋଇଛି। ଏହା ତିନି ଧରି ଚାଲିବ। ଏଥିରେ ମୁଖ୍ୟତ ଜଳ ଜମି ଜଙ୍ଗଲର ସୁରକ୍ଷା ସମେତ ଦେଶରେ ବେକାରୀ ବୃଦ୍ଧି, ଜାତି ଧର୍ମ ନାମରେ ରାଜନୀତି କିଭଳି ଦେଶ ପାଇଁ ବିପଦ ସାବ୍ୟସ୍ତ ହୋଇଛି ସେନେଇ ଆଲୋଚନା ହେବ।

ପ୍ରଥମ ଦିନ ବୈଠକରେ ବିଶିଷ୍ଟ ସମାଜସେବୀ ମେଧା ପାଟେକର ଯୋଗ ଦେଇଥିଲେ । ଏବେ କେନ୍ଦ୍ର ସରକାର ଯେଭଳି ଧର୍ମ ନାମରେ ରାଜନୀତି କରୁଛନ୍ତି ତାହା ଦେଶ ପାଇଁ ବିପଦ ବୋଲି ମେଧା ପାଟେକର ମତ ଦେଇଛନ୍ତି। ସେହିପରି ବେକାରୀ ଦୂରୀକରଣ,ପରିବେଶ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବା ଦିଗରେ ଅବହେଳାକୁ ସମାଲୋଚନା କରିଛନ୍ତି ସେ।

ଜନ ଆନ୍ଦୋଳନର ରାଷ୍ଟ୍ରୀୟ ବୈଠକ ଉଦଘାଟିତ

ସେହିପରି ଦିଲ୍ଲୀ ପ୍ରଦୂଷଣ ପାଇଁ ଆମ ଜୀବନ ଶୈଳୀ ଦାୟୀ ବୋଲୀ ମେଧା କହିଛନ୍ତି । ଗରିବ ଲୋକେ ଯେଭଳି ସରଳ ଉପାୟରେ ଚଳୁଛନ୍ତି ତାକୁ ଅନୁକରଣ କଲେ ଅନେକ ଲାଭ ହେବ ବୋଲି ସେ କହିଛନ୍ତି । ସେହିପରି ନଦୀ ସଂଯୋଗ କରଣକୁ ମଧ୍ୟ ସେ ବିରୋଧ କରିଛନ୍ତି । ଏହା ଦ୍ବାରା କମ୍ପାନୀ କୋଟି କୋଟି ଟଙ୍କା ବିନିଯୋଗ କରି ନଦୀକୁ ନେଇ ବେପାର କରିବେ । ଯାହାକି ଆଗାମୀ ଦିନରେ ଗଭୀର ଜଳ ସଙ୍କଟ ସୃଷ୍ଟି ହେବ। ଅଗାମୀ ଦିନରେ ସମସ୍ତେ ଗଣତନ୍ତ୍ରକୁ ବଞ୍ଚେଇ ରଖିବା ଓ ଦେଶରେ ସମବିକାଶ ନେଇ ଜନ ଆନ୍ଦୋଳନ ରାଷ୍ଟ୍ରୀୟ କମିଟିକୁ ସହଯୋଗ କରିବାକୁ ପ୍ରଫୁଲ ସାମନ୍ତରା କହିଛନ୍ତି ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ 22 ଟି ରାଜ୍ୟର 8 ଶହରୁ ଅଧିକ ସଦସ୍ୟ ସାମିଲ ହେବେ । ଏଥିରେ ବହୁ ପ୍ରମୁଖ ସମାଜସେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details