ପୁରୀ: ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ଶ୍ରୀକ୍ଷେତ୍ରରେ ରହିଛି ଆଉ ଏକ ପରମ୍ପରା । ଯାହା ନାଗା ପୂଜା ନାମରେ ପ୍ରସିଦ୍ଧ ।
ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି ପର୍ବ । ବିଭିନ୍ନ ସାହିରେ ତିଆରି ଚାଲିଛି ବିଶାଳ ନାଗା ମୂର୍ତ୍ତି । ତେବେ ପୂର୍ବରୁ ଶ୍ରୀକ୍ଷେତ୍ରର ଚତୁଃପାର୍ଶ୍ବ ଥିବା ଶକ୍ତିପୀଠକୁ ନାଗା ସାଧୁମାନେ ସୁରକ୍ଷା ଦେଉଥିଲେ । ଏହାସହ ସେମାନେ ମଲ ବିଦ୍ୟାରେ ମଧ୍ୟ ନିପୁଣ ଥିଲେ । ସେହି ସ୍ମୃତିରେ ଶକ୍ତି ପୂଜା ସହିତ ନାଗା ପୂଜା ମଧ୍ୟ ବିଭିନ୍ନ ସାହିରେ ଅନୁଷ୍ଠିତ ହୋଇଥାଏ ।