ବ୍ରହ୍ମଗିରି: ମା' ବାଲି ହରଚଣ୍ଡୀ ନିକଟ ବେଳାଭୂମିରେ ‘ମୋ ବେଳାଭୂମି ମୋ ଗର୍ବ’କୁ ଶୁଭାରମ୍ଭ କରିଛନ୍ତି ପ୍ରକୃତିପ୍ରେମୀ ରମାଶଙ୍କର ପାତ୍ର। ବ୍ରହ୍ମଗିରି ବନ ବିଭାଗ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ସହିତ ବ୍ରହ୍ମଗିରି ରେଞ୍ଜର ରଜତ କୁମାର ମହାପାତ୍ର ଯୋଗ ଦେଇଥିଲେ।
କଇଁଛ ସୁରକ୍ଷା ପାଇଁ ଆରମ୍ଭ ହେଲା ‘ମୋ ବେଳାଭୂମି ମୋ ଗର୍ବ’ - ବ୍ରହ୍ମଗିରି
ମା' ବାଲି ହରଚଣ୍ଡୀ ନିକଟ ବେଳାଭୂମିରେ ‘ମୋ ବେଳାଭୂମି ମୋ ଗର୍ବ’କୁ ଶୁଭାରମ୍ଭ କରିଛନ୍ତି ପ୍ରକୃତିପ୍ରେମୀ ରମାଶଙ୍କର ପାତ୍ର। ବ୍ରହ୍ମଗିରି ବନ ବିଭାଗ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...
ମୋ ବେଳାଭୂମି ମୋ ଗର୍ବ
ସାଧାରଣତଃ ଡିସେମ୍ବର ମାସରେ ପୁରୀ ଜିଲ୍ଲା ସମୁଦ୍ର କୂଳକୁ ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛ ଅଣ୍ଡାଦାନ ପାଇଁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳକୁ ସ୍ବଚ୍ଛ ଓ ପରିଷ୍କାର କରାଯାଇଛି। ପ୍ରତି ରବିବାର ଏହି ଅଭିଯାନ ଚାଲିବ ବୋଲି ରମାଶଙ୍କର କହିଛନ୍ତି।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ