ପୁରୀ: ବିଲ ଭିତରେ ପଡିଛି ଗଳିତ ମୃତଦେହ । ପୁରୀ ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ପ୍ରଥମେ ସ୍ଥାନୀୟ ଲୋକେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବିଲ ଭିତରେ ଗଳିତ ମୃତଦେହ, ହତ୍ୟା କରି ପିଙ୍ଗି ଦେଇଥିବା ଅନୁମାନ - ବିଲରୁ ଅଜଣା ମୃତଦେହ ଉଦ୍ଧାର
ବିଲ ଭିତରେ ପଡିଛି ଗଳିତ ମୃତଦେହ । ପୁରୀ ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ...
ବିଲରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, ସେନେଇ ପୋଲିସ ଅନୁସନ୍ଧାନ ଚଳାଇଛି। ତେବେ ବିଲ ଭିତରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ସେପଟେ ଏହା ହତ୍ୟା ନା ଅନ୍ୟକିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ