ପୁରୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପି ଆରମ୍ଭ କରିଛି ବିଶାଳ ଜନ ଜାଗରଣ ସମାବେଶ । ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ସାରା ଦେଶରେ ସିଏଏ ସପକ୍ଷରେ ଜନତାଙ୍କ ପାଖକୁ ଯାଉଛି । ଏଥିପାଇଁ ବିଜେପିର ସମସ୍ତ ଜାତୀୟସ୍ତରର ନେତା ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଜାତୀୟ ସ୍ତରର ସଭାପତିଙ୍କ ସମେତ ଜାତୀୟ ସମ୍ପାଦକ, ସାଂସଦ ସମସ୍ତେ ଏଥିରେ ସାମିଲ ହୋଇଛନ୍ତି । ତେବେ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପୁରୀରେ ଶୁଭାରମ୍ଭ କରିଛନ୍ତି ସାଂସଦ ତଥା ଜାତୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡ୍ଡୀ ।
ପୁରୀରେ ବିଜେପିର ଜନ ଜାଗରଣ ଯାତ୍ରା; ଯୋଗଦେଲେ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ
ସିଏଏ ସପକ୍ଷରେ ଦେଶବ୍ୟାପୀ ବିଜେପି ଆରମ୍ଭ କରିଛି ଜନ ଜାଗରଣ ଯାତ୍ରା । ପୁରୀରେ ଆରମ୍ଭ କଲେ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ।
Mp Rajiv Pratap rudy
କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରାଜୀବ ପ୍ରତାପଙ୍କ ନେତୃତ୍ବରେ ବିଜେପି ନେତା, କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ଆଇନ ସପକ୍ଷରେ ସଚେତନ କରିଥିଲେ । ଏହି ଅବସରରେ ରୁଡ୍ଡୀ କହିଥିଲେ "ପଡୋଶୀ ଦେଶରେ ଧର୍ମ ଉତ୍ପୀଡିନ ଶୀକର ହେଉଥିବା ଲୋକଙ୍କୁ ଏହି ଆଇନ ସହାୟତା ଦେବ । ତେଣୁ ସରକାର କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବେ ନାହିଁ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ