ବ୍ରହ୍ମଗିରି: ମଇଁଷି ଚୋରା ଚାଲାଣ । ଥାନାରେ ଗାଡି ଅଟକ । ଗାଡି ଚାଳକ ଫେରାର । ଚାଲାଣ ବେଳେ ଲୋକେ ସନ୍ଦେହ କରି ଅଟକାଇଥିଲେ ଗାଡି ।
ମଇଁଷି ଚୋରା ଚାଲାଣ, ଥାନାରେ ଗାଡି ଅଟକ - ବ୍ରହ୍ମଗିରି
ମଇଁଷି ଚୋରା ଚାଲାଣ ସନ୍ଦେହ କରି ଏକ ଗାଡିକୁ ଅଟକାଇଲେ ଲୋକେ । ତେବେ ଏହି ଗାଡି ଥାନରେ ଅଟକ ଥିବାବେଳେ ଏହାର ଚାଳକ ଫେରାର ହୋଇଯାଇଛି ।
![ମଇଁଷି ଚୋରା ଚାଲାଣ, ଥାନାରେ ଗାଡି ଅଟକ](https://etvbharatimages.akamaized.net/etvbharat/prod-images/768-512-4316584-thumbnail-3x2-brm.jpg)
ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
ପୁରୀର ସାତପଡା ଅଞ୍ଚଳରୁ ଏକ 10 ଚକିଆ ଟ୍ରକରେ 30ରୁ ଊର୍ଦ୍ଧ୍ବ ମଇଁଷି ଚୋରା ଚାଲାଣ ହେଉଥିଲା। ବ୍ରହ୍ମଗିରି ବସଷ୍ଟାଣ୍ଡ ନିକଟରେ ଲୋକେ ସନ୍ଦେହ କରି ଏହି ଗାଡିକୁ ଅଟକାଇଥିଲେ । ତେବେ ଗାଡି ଅଟକିବା ପରେ କୌଶଳକ୍ରମେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି । ପୋଲିସ ଜିମାରେ ଗାଡିକୁ ଦେଇଛନ୍ତି ଲୋକେ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ