ଓଡିଶା

odisha

By

Published : Dec 20, 2020, 9:37 AM IST

ETV Bharat / state

ପୁରୀ ବଡ଼ଦାଣ୍ଡରେ ଚାଲିଛି ଗଞ୍ଜେଇ ବେପାର, 3 ଗିରଫ

ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଚାଲିଛି ବେଧଡ଼କ ଗଞ୍ଜେଇ ବେପାର । ହୋଟେଲ ଆଳରେ ପେପର ପ୍ୟାକେଟରେ ଗ୍ରାହକଙ୍କୁ ହେଉଛି ଗଞ୍ଜେଇ ବିକ୍ରି । ଅଧିକ ପଢନ୍ତୁ...

ପୁରୀ ବଡ଼ଦାଣ୍ଡରେ ଚାଲିଛି ଗଞ୍ଜେଇ ବେପାର, 3 ଗିରଫ
ପୁରୀ ବଡ଼ଦାଣ୍ଡରେ ଚାଲିଛି ଗଞ୍ଜେଇ ବେପାର, 3 ଗିରଫ

ପୁରୀ: ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଚାଲିଛି ବେଧଡ଼କ ଗଞ୍ଜେଇ ବେପାର । ହୋଟେଲ ଆଳରେ ପେପର ପ୍ୟାକେଟରେ ଗ୍ରାହକଙ୍କୁ ହେଉଛି ଗଞ୍ଜେଇ ବିକ୍ରି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ଏକ ହୋଟେଲରେ ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢଉ କରି 3 ଜଣଙ୍କୁ ଗିରଫ କରିବା ସହ 1 କେଜି 120 ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ 3 ଜଣ ହେଲେ ପୁରୀ କୁମ୍ଭାର ପଡା ଥାନା କୁଶ ସାହିର ଦିଲୀପ କୁମାର ସାହୁ ଓ ତାର ସହଯୋଗି ରାକେଶ ସାହୁ, ଗୋପାଳ ସାହୁ । ସେହିପରି ଅନ୍ୟ 3 ଜଣ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details