ପୁରୀ: ରାଧାକାନ୍ତ ମଠର ମହନ୍ତ ତଥା ବରିଷ୍ଠ ନାଗରିକ ଧ୍ୟାନଚନ୍ଦ୍ର ଦାସ ଗୋସ୍ବାମୀଙ୍କ ଜୀବନ ବିପଦରେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଚରମ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ମଠର ପରିଚାଳନା ଦାୟିତ୍ବରେ ଥିବା କୃଷ୍ଣଗୋପାଳ ଦାସ ଉଦ୍ଦେଶ୍ୟମୂଳକ ଭାବେ ଅବହେଳା କରୁଥିବା ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛି ମଠ ମନ୍ଦିର ସୁରକ୍ଷା ପରିଷଦ।
ଅସୁସ୍ଥ ମଠ ମହନ୍ତ, ସୁରକ୍ଷା ଦାବି କଲେ ସୁରକ୍ଷା ପରିଷଦ - ମଠ ମନ୍ଦିର ସୁରକ୍ଷା ପରିଷଦ
ରାଧାକାନ୍ତ ମଠର ମହନ୍ତ ତଥା ବରିଷ୍ଠ ନାଗରିକ ଧ୍ୟାନଚନ୍ଦ୍ର ଦାସ ଗୋସ୍ବାମୀଙ୍କ ଜୀବନ ବିପଦରେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଚରମ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...
ଅସୁସ୍ଥ ମଠ ମହନ୍ତ, ସୁରକ୍ଷା ଦାବି କଲେ ସୁରକ୍ଷା ପରିଷଦ
ଅସୁସ୍ଥ ମଠ ମହନ୍ତ, ସୁରକ୍ଷା ଦାବି କଲେ ସୁରକ୍ଷା ପରିଷଦ
ବାଲିସାହିରେ ଥିବା ରାଧାକାନ୍ତ ମଠ ଅତି ପ୍ରଚୀନ ଓ ବିତ୍ତଶାଳୀ। ଶ୍ରୀଚୈତନ୍ୟ ମହାପ୍ରଭୁ ଅନ୍ତିମ 18 ବର୍ଷ ଏହି ମଠର ଏକ କୋଠରୀରେ ବାସ କରିଥିଲେ। ୯୬ ବର୍ଷୀୟ ଧ୍ୟାନଚନ୍ଦ୍ର ଦାସ ଗୋସ୍ବାମୀ ଏହି ମଠର ଟ୍ରଷ୍ଟି । ପରିଣତ ବୟସରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି । ତେଣୁ ତାଙ୍କର ସେବା, ଯତ୍ନ ନିହାତି ଆବଶ୍ୟକ। ତେବେ ମଠର ପରିଚାଳନା ଦାୟିତ୍ବରେ ଥିବା କୃଷ୍ଣଗୋପାଳ ଦାସ ମହନ୍ତଙ୍କ ଦେଖାରେଖାରେ ଅବହେଳା କରୁଛନ୍ତି । ମହନ୍ତଙ୍କ ଜୀବନର ସୁରକ୍ଷା ସହ ତାଙ୍କ ଯତ୍ନ ପାଇଁ ମଠ ମନ୍ଦିର ସୁରକ୍ଷା ପରିଷଦ ଦାବି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ