ପୁରୀ:କୋରୋନା ମହାମାରୀ ପାଇଁ ପୁରୀ ବେଳାଭୂମିରୁ କଟକଣା ହଟିବା ପରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି । ଏଣୁ ଲାଇଫ ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପ୍ରଶିକ୍ଷଣ ନେବା ଲାଗି ବେଳାଭୂମିରେ ମକ୍ ଡ୍ରିଲ ଆରମ୍ଭ ହୋଇଛି ।
ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଲାଇଫ ଗାର୍ଡଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ 100 ଜଣ ଲାଇଫ ଗାର୍ଡଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବେଳାଭୂମିରେ ଏହି ସଂଖ୍ୟାକୁ 160କୁ ବୃଦ୍ଧି କରାଯାଇଛି । ପୁରୀ ବେଳାଭୂମି ପାଇଁ 70 ଜଣ, ଚନ୍ଦ୍ରଭାଗା ପାଇଁ 30 ଜଣ, ଜିଲ୍ଲାର 4ଟି ସାମୁଦ୍ରିକ ଥାନା ଅଧୀନରେ 15 ଜଣ ଲେଖାଏଁ ମୋଟ 60 ଜଣ ଲାଇଫ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି।