ଓଡିଶା

odisha

ETV Bharat / state

ପୁରୀରେ ମୋବାଇଲ ଏଟିଏମ, ମିଳିବ ଟଙ୍କା - atm

ପୁରୀରେ ଆରମ୍ଭ ହେଲା ମୋବାଇଲ ଏଟିଏମ । ମଙ୍ଗଳବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମୋବାଇଲ ଏଟିଏମ୍‌ର ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : May 21, 2019, 8:33 PM IST


ଭୁବନେଶ୍ବର: ବାତ୍ୟା ଫନି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀରେ ଆରମ୍ଭ ହେଲା ମୋବାଇଲ ଏଟିଏମ ସେବା । ମଙ୍ଗଳବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମୋବାଇଲ ଏଟିଏମ୍‌ର ଉଦଘାଟନ କରିଛନ୍ତି । ଫଳରେ ଜିଲ୍ଲାର ବିଭିନ୍ନ ଗ୍ରାମର ଲୋକେ ନଗଦ ଟଙ୍କା ଉଠାଇପାରିବେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବର୍ତ୍ତମାନ ପୁରୀରେ ୪୦ ପ୍ରତିଶତ ଏଟିଏମ୍ କାର୍ଯ୍ୟ କରୁଛି । ଆଉ ଯେଉଁଠି ବିଜୁଳି ଅପହଞ୍ଚ ସେଠାକୁ ମୋବାଇଲ ଏଟିଏମ୍ ପଠାଯାଇଛି । ପୂର୍ବରୁ ଷ୍ଟେଟ୍ କୋପରେଟିଭ ବ୍ୟାଙ୍କ ପକ୍ଷରୁ ମୋଟ 15ଟି ଏଟିଏମ୍ ଦିଆଯାଇଛି । ଏହା ସହ ଅନ୍ୟ ବ୍ୟାଙ୍କ ମଧ୍ୟ ମୋବାଇଲ ଏଟିଏମ୍ ପଠାଉଛି । ଏପର୍ଯ୍ୟନ୍ତ ପ୍ରାୟ ୫୦ଟି ମୋବାଇଲ ଏଟିଏମ୍ ପଠାଯାଇଛି ବୋଲି ଅର୍ଥ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି ।


ବାତ୍ୟା 'ଫନି' ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ । 18 ଦିନ ହେଲାଣି ଅନ୍ଧାରରେ ରହିଛି ସର୍ବାଧିକ ଅଞ୍ଚଳ । ବିଜୁଳି ନଥିବାରୁ ଜନଜୀବନ ଠପ । ଯେଉଁଥିପାଇଁ ଲୋକେ ନଗଦ ଟଙ୍କା ପାଇଁ ଅସୁବିଧା ଭୋଗୁଛନ୍ତି। । ଗତ କିଛି ଦିନ ତଳେ ଭୁବନେଶ୍ବରେ ଏହି ମୋବାଇଲ ଏଟିଏମ ସେବା ଆରମ୍ଭ ହୋଇଯାଇଛି ।

ଭୁବନେଶ୍ବରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details