ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନଙ୍କ ହାତ ପାହାନ୍ତାରେ ଭ୍ରାମ୍ୟମାଣ ଏଟିଏମ ସେବା - ପୁରୀ

ପୁରୀରେ ଦେଖାଦେବନି ଏଟିଏମ ସମସ୍ୟା । ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଏଟିଏମ ସେବା । ଏହି ସେବା ଜରିଆରେ ଯେକୌଣସି ବ୍ୟକ୍ତି ଥରକେ ସର୍ବାଧିକ ୪୦ ହଜାର ଟଙ୍କା ଉଠାଇପାରିବେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

By

Published : May 24, 2019, 7:59 PM IST

ଭୁବନେଶ୍ବର: ବାତ୍ୟା ଫନି ପ୍ରଭାବିତଙ୍କ ପାଖରେ ପହଞ୍ଚିବ ଭ୍ରାମ୍ୟମାନ ଏଟିଏମ ସେବା । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏହି ସେବା । ଫନି ମାଡରେ ପୁରୀର ବିଦ୍ୟୁତସେବା ଓ ନେଟୱର୍କ ପ୍ରଭାବିତ ହୋଇଥିବାରୁ ଦେଖାଦେଇଛି ନାହିଁନଥିବା ସମସ୍ୟା । ଖାସକରି ବ୍ୟାଙ୍କିଙ୍ଗ ସମସ୍ୟା । ତେଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ସଚିବାଳୟରେ ଆଜି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୫ଟି ଭ୍ରାମ୍ୟମାନ ଏଟିଏମ ସେବାର ଶୁଭାରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଲୋକଙ୍କ ପାଖରେ ପହଞ୍ଚିବ ଏଟିଏମ । ଏହି ସେବା ଜରିଆରେ ଯେକୌଣସି ବ୍ୟକ୍ତି ଥରକରେ ସର୍ବାଧିକ ୪୦ ହଜାର ଟଙ୍କା ଉଠାଇପାରିବେ । ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତଙ୍କୁ ଏହି ସେବା ଦ୍ବାରା ନଗଦ ଅର୍ଥ ପାଇବାର ଅସୁବିଧା ଦୂର ହୋଇପାରିବ ।

ପାଖାପାଖି ୪୫ ପ୍ରତିଶତ ଏଟିଏମ ସେବା ପୁରୀରେ କାର୍ଯ୍ୟକ୍ଷମ ହୋଇସାରିଛି ଆଉ ଏହାକୁ ତ୍ବରାନ୍ବିତ କରିବା ପାଇଁ ଏହି ଏଟିଏମ ସେବା ବିଶେଷ ସହାୟକ ହେବ ବୋଲି ପ୍ରମୁଖ ଅର୍ଥ ସଚିବ ଅଶୋକ ମିନା କହିଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏବେ ୨ଟି ମୋବାଇଲ ଏଟିଏମ ଚାଲିଥିବାବେଳେ ଗ୍ରାମାଞ୍ଚଳରେ ଯେଉଁଠି ନେଟୱର୍କ ସମସ୍ୟା ଅଛି, ସେହି ସ୍ଥାନରେ ମୋବାଇଲ ଏଟିଏମ ସେବା ଯୋଗାଇ ଦିଆଯିବ ବୋଲି ଅର୍ଥ ସଚିବ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details