ଓଡିଶା

odisha

By

Published : Nov 21, 2020, 8:07 AM IST

ETV Bharat / state

‘ମୋ ଧାମ ମୋ ଗର୍ବ ଟିମ’ର ପୁରୀ ପରିଦର୍ଶନ, ବିଭନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀରେ ‘ମୋ ଧାମ ମୋ ଗର୍ବ’ ଟିମର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ମୋ ଧାମ ମୋ ଗର୍ବ ଟିମର ପୁରୀ ପରିଦର୍ଶନ, ବିଭନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା
ମୋ ଧାମ ମୋ ଗର୍ବ ଟିମର ପୁରୀ ପରିଦର୍ଶନ, ବିଭନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ: ସହରର ବିଭିନ୍ନ ସ୍ଥାନରେ ‘ମୋ ଧାମ ମୋ ଗର୍ବ ଟିମ’ର ପରିଦର୍ଶନ । ପୁରୀରେ ମୋ ଧାମ ମୋ ଗର୍ବ ଟିମ ଶୁକ୍ରବାର ମାର୍କଣ୍ଡ ପୁଷ୍କରିଣୀ ଓ ଏହାର ଚାରିପାଖି ବୁଲି ଦେଖିବା ସହ ଉନ୍ନତିକରଣ ନିମନ୍ତେ ସାହି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ପରିମଳ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ । ପୁଷ୍କରିଣୀ ଚତୁଃପାର୍ଶ୍ବକୁ ବାହ୍ୟ ମଳମୁ୍କ୍ତ ଅଞ୍ଚଳ ଭାବେ ରଖିବା ପାଇଁ ପଦକ୍ଷେପ ନିଆଯିବା ସହ ସିସିଟିଭି ମଧ୍ୟ ଲଗାଯିବା ନେଇ ଜଣାପଡିଛି । ଏହି ଟିମରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ, ପୌର ଅଧିକାରୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରମୁଖ ଅଧିକାରୀମାନେ ସାମିଲ ଥିଲେ ।

ମୋ ଧାମ ମୋ ଗର୍ବ ଟିମର ପୁରୀ ପରିଦର୍ଶନ, ବିଭନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଏହି ଟିମ ମାର୍କଣ୍ଡେଶ୍ବର ମନ୍ଦିର ଓ ପୁଷ୍କରିଣୀ ଉନ୍ନୟନ କମିଟି ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କ ମତାମତକୁ ନେଇ ଶ୍ରାଦ୍ଧ ଓ ପିଣ୍ଡଦାନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା, ଗାଧୁଆ ତୁଠ, ବସ୍ତ୍ର ବଦଳାଇବା ଗୃହ, ପାହାଚ, ପାଚେରୀ ମରାମତି କାମ ଓ ଶୌଚାଳୟ ନିର୍ମାଣ ଶେଷ କରିବାକୁ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁଷ୍କରିଣୀ ମୁଖ୍ୟ ତ୍ବରଣ କାମ ଶେଷ କରିବା, ପୋଖରୀ ସଂଲଗ୍ନ ନାଳ ସଫେଇ, ପାଚେରୀରେ ଐତିହ୍ୟ ସମ୍ପନ୍ନ ପେଣ୍ଟିଂ କାର୍ଯ୍ୟ, ସକାଳ ଓ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ ପରିବେଷଣ ଓ ପରିମଳ ସମ୍ପର୍କିତ ସଚେତନତା ପାଇଁ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଏହି ଟିମ ମଙ୍ଗଳାଘାଟ ପରିବା ବଜାର ପରିଦର୍ଶନ କରିବା ସହ ପରିମଳ ଉପରେ ଗୁରୁତ୍ବ ଦେଇଥିଲେ । କେବଳ ପାଇକାରୀ ବେପାରୀଙ୍କୁ ଶନିବାର ଠାରୁ ସକାଳ 9 ଟା ଯାଏଁ ରହିବା ପାଇଁ ଅନୁମତି ଦିଆଯିବ । ପାଇକାରୀ ଓ ଖୁଚୁରା ପରିବା ବ୍ୟବସାୟୀଙ୍କ ପାଇଁ ପରିଚୟ ପତ୍ରର ବ୍ୟବସ୍ଥା କରାଯିବ । ଏହାପରେ ଏହି ଟିମ ମଶାଣି ଚଣ୍ଡି ଅଞ୍ଚଳ ବୁଲି ଦେଖିବା ସହ ପରିବା ଓ ମାଛ ବିକ୍ରୟ ସ୍ଥାନ ଚିହ୍ନଟ କରିବା ନେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଟିମରେ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଅଜୟ କୁମାର ଜେନା ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରାତଃ ସମୟରେ ଜିଲ୍ଲାପାଳ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ସ୍ବଚ୍ଛ ସୈନିକମାନଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବା ସହ ସେମାନଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details