ଓଡିଶା

odisha

ETV Bharat / state

ପୁରୀ-କୋଣାର୍କକୁ ଗଡ଼ିଲା ମୋ ବସ

ବିଶ୍ୱ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କୁ ମୋ ବସର ସ୍ୱତନ୍ତ୍ର ଉପହାର । ଏହି ଦିବସ ଅବସରରେ ବିଶ୍ୱ ଐତିହ୍ୟ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କରୁ ଗଡିଲା ମୋ ବସ ।

By

Published : Sep 27, 2020, 7:41 PM IST

ପୁରୀ କୋଣାର୍କକୁ ଗଡ଼ିଲା ମୋ ବସ
ପୁରୀ କୋଣାର୍କକୁ ଗଡ଼ିଲା ମୋ ବସ

ପୁରୀ: ବିଶ୍ୱ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କୁ ମୋ ବସର ସ୍ୱତନ୍ତ୍ର ଉପହାର । ଏହି ଦିବସ ଅବସରରେ ବିଶ୍ୱ ଐତିହ୍ୟ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କରୁ ଗଡିଲା ମୋ ବସ ।

ପୁରୀ ଓ କୋଣାର୍କକୁ ମୋ ବସ ଚାଲିବା ନେଇ ପୂର୍ବରୁ ଘୋଷଣା ହୋଇଥିବାବେଳେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି । ସୂର୍ଯ୍ୟ ମନ୍ଦିର କୋଣାର୍କରୁ ଭୁବନେଶ୍ୱରକୁ ଗଡିଛି ମୋ ବସ ।

ପୁରୀ କୋଣାର୍କକୁ ଗଡ଼ିଲା ମୋ ବସ

ବର୍ତ୍ତମାନ ପ୍ରଥମେ ଦୁଇଟି ବିନା ଏସି ବସ ସେବା ଆରମ୍ଭ ହୋଇଛି । ଦୁଇଟି ଲେଖାଏଁ ବସ ପ୍ରତ୍ୟେକ ରୁଟରେ ଚାଲିବ। ସେହିପରି ବସରେ ଯାତ୍ରା କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ବ ଦିଆଯାଇଛି । ତେବେ ଏହି ଅବସରରେ ଅନେକ ପର୍ଯ୍ୟଟକ ମୋ ବସରେ କୋଣାର୍କ ବୁଲି ଆସିଛନ୍ତି । ତେବେ ବସରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ।

ଅନ୍ୟପଟେ ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀରେ ମଧ୍ୟ ଆରମ୍ଭ ହୋଇଛି ମୋ ବସ ସେବା । ଏହା ପୁରୀରୁ ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯନ୍ତ ଚାଲିବ । ରବିବାର ଶ୍ରୀ ମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କ ନିକଟରେ ପୂଜା କରିବା ପରେ ଏହାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦୁଇଟି ବସ ଚଳାଚଳ କରିବ । ଗୋଟିଏ ବସ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରୁ ପୁରୀ ଛାଡୁଥିବାବେଳେ ଠିକ ସେହି ସମୟରେ ପୁରୀ ବସ ଷ୍ଟାଣ୍ଡରୁ ଅନ୍ୟ ବସଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା ରହିଛି ।

ପୁରୀରୁ ଦୈନିକ ଛାଡୁଥିବା ବସଟି ବାଟରେ ଚନ୍ଦନପୁର, ସାକ୍ଷୀଗୋପାଳ, ପିପିଲି ଆଦି ଷ୍ଟପେଜ ଦେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଆଗକୁ ଲୋକଙ୍କ ଚାହିଦାକୁ ଦେଖି ଆହୁରି ମୋ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details