ପୁରୀ:ଶ୍ରୀମନ୍ଦିର ଗୁମୁଟ ଦାନବାକ୍ସରୁ ଚୋରି ହୋଇଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଗୁମୁଟ ଦାନବାକ୍ସରୁ ଚୋରି ହୋଇଥିବା ଜଣାପଡିଛି । ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଜେଟିପି ଉଦ୍ଧାର କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି । ଦୁର୍ବୃତ୍ତ ଦାନବାକ୍ସରୁ ଚୋରି କରିବା ପରେ ଏହାକୁ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।
ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନବାକ୍ସକୁ ଲୁହା ରଡରେ ତଡାଯାଇ ଲୁଟ କରାଯାଇଛି । ଆଜି (ଶୁକ୍ରବାର) ସକାଳେ ଏହା ଜଣାପଡିଛି । ଶ୍ରୀମନ୍ଦିର ଭିତରେ ଓ ଚାରି ଦ୍ୱାରରେ ପୋଲିସ୍ ପ୍ରହରା ରହିଥାଏ । 24 ଘଣ୍ଟା ପୋଲିସ ପ୍ରହରା ଦେଉଥାଏ । ହେଲେ କିପରି ଦାନବାକ୍ସ ଲୁଟ ହେଲା ସେ ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ସମସ୍ତ ଦ୍ୱାର ବନ୍ଦ କରାଯିବା ପରେ ଉଭୟ ଜେଟିପି ଓ ଓଡ଼ିଶା ପୋଲିସ ସୁରକ୍ଷା ଦାୟିତ୍ଵରେ ରୁହନ୍ତି । ହେଲେ ଏତେ ସୁରକ୍ଷା ବ୍ୟବସ୍ଥାରେ କିଭଳି ଲୁଟ ହେଲା ଦାନବାକ୍ସ, କେମିତି ପୋଲିସ୍ ଜାଣିପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ଇଙ୍ଗିତ କରୁଛି ଏହି ଘଟଣା ।
ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ବନକଲାଗି ବିବାଦ ପ୍ରସଙ୍ଗ: ଉଭୟ ଜିଦରେ ଅଟଳ, ଆଜି ବି ହୋଇପାରିଲାନି ନୀତି