ଓଡିଶା

odisha

ETV Bharat / state

ଦୁର୍ବୃତ୍ତଙ୍କ ଆତଙ୍କରାଜ, ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ - ପୁରୀରେ ବିଳମ୍ବିତ ରାତିରେ ଦୁର୍ବୁତ୍ତ ଙ୍କ ଆତଙ୍କରାଜ

ଦୁର୍ବୃତ୍ତଙ୍କ ଆତଙ୍କରାଜ । ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ । ନୀଳଚକ୍ର ନଗରରେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ । ଅନ୍ୟପଟେ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଅଧିକ ପଢନ୍ତୁ

ଦୁର୍ବୃତ୍ତଙ୍କ ଆତଙ୍କରାଜ, ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ
ଦୁର୍ବୃତ୍ତଙ୍କ ଆତଙ୍କରାଜ, ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ

By

Published : Nov 24, 2022, 11:01 PM IST

ପୁରୀ:ପୁରୀରେ ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ନୀଳଚକ୍ର ନଗରର ସଞ୍ଜୟ କୁମାର ଦାସଙ୍କ ବାଇକ ଓ ସାଇକେଲରେ ଦୁର୍ବୃତ୍ତମାନେ ଲଗାଇଛନ୍ତି ନିଆଁ । କିଏ ଏବଂ କାହିଁକି ଏଭଳି କରିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ତୁରନ୍ତ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ସ୍ଥାନିୟ ବାସିନ୍ଦା ଦାବୀ କରିଛନ୍ତି ।

ଦୁର୍ବୃତ୍ତଙ୍କ ଆତଙ୍କରାଜ, ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ

ସେହିପରି ଅନ୍ୟପଟେ ଛୁରା ମାଡ ଘଟଣାରେ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ପୁରୀ ଜିଆରପି ଓ ଆରପିଏଫ ପକ୍ଷରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ବୋଲଗଡ ଅଞ୍ଚଳର ରାକେଶ ରଞ୍ଜନ ମଲ୍ଲିକ ଓ ପୁରୀ କୁମ୍ଭାରପଡ଼ାର ବିକାଶ ବଢ଼େଇ । ଏମାନଙ୍କ ଠାରୁ ଏକ ସୁନାଚେନ୍, ୧୦ ଟି ମୋବାଇଲ ଫୋନ, ଏକ ରକ୍ତ ଲଗା ଛୁରୀ ଜବତ କରାଯାଇଛି ।

ଦୁର୍ବୃତ୍ତଙ୍କ ଆତଙ୍କରାଜ, ପେଟ୍ରୋଲ ଢାଳି ଲଗାଇ ଦେଲେ ନିଆଁ

ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ପାଟସପୁର ଅଞ୍ଚଳରୁ ଜଣେ ମହିଳା ମାଣିକ ବେରା ତାଙ୍କ ପରିବାର ସହ ଜଗନ୍ନାଥ ଏକ୍ସପ୍ରେସରେ ପୁରୀ ଆସୁଥିଲେ । ସେହିଦିନ ଅପରାହ୍ନ ୪ଟା ସମୟରେ ଏହି ଦୁଇ ଅଭିଯୁକ୍ତ ତାଙ୍କ ଠାରୁ ସୁନା ଚେନ, ମୋବାଇଲ ଫୋନ ଓ ଭ୍ୟାନିଟି ଛଡାଇ ନେଇଥିଲେ । ଏହାକୁ ନେଇ ଉକ୍ତ ମହିଳାଙ୍କ ସ୍ଵାମୀ ବିଶ୍ବଜିତ ଅଦକ୍ ପ୍ରତିରୋଧ କରିବାରୁ ଦୁଇ ଅଭିଯୁକ୍ତ ରାକେଶ ଓ ବିକାଶ ତାଙ୍କୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ ।

ତେବେ ଗୁରୁତର ଅବସ୍ଥାରେ ବିଶ୍ବଜିତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣାଟି ପୁରୀ ଏନସିସି ଗେଟ ନିକଟରେ ଗତ ୧୦ ତାରିଖରେ ଘଟିଥିଲା । ବିଶ୍ବଜିତଙ୍କ ଅଭିଯୋଗ ଆଧାରରେ ଜିଆରପି ଓ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details