ଓଡିଶା

odisha

ETV Bharat / state

ନାବାଳକକୁ ମହଙ୍ଗା ପଡିଲା ଟ୍ରିପଲ ରାଇଡିଂ, ଇ-ଚାଲାଣ କାଟିଲା ପୁରୀ ଆରଟିଓ

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ପୁରୀରେ ଜଣେ ନାବାଳକଙ୍କୁ 25 ହଜାର ଟଙ୍କାର ଜୋରିମାନା ଦେବାକୁ ପଡିଛି। ପୁରୀ ଆରଟିଓ ଏହି ଇ-ଚାଲାଣ କାଟିଛନ୍ତି।

By

Published : Jan 22, 2021, 1:15 PM IST

ନାବାଳକକୁ ମହଙ୍ଗା ପଡିଲା ଟ୍ରିପଲ ରାଇଡିଂ
ନାବାଳକକୁ ମହଙ୍ଗା ପଡିଲା ଟ୍ରିପଲ ରାଇଡିଂ

ପୁରୀ: ପୁଣି ଜଣେ ନାବାଳକଙ୍କୁ ମହଙ୍ଗା ପଡିଲା ବାଇକ ଚଳାଇବା । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ପୁରୀ ଠାରେ ଜଣେ ନାବାଳକଙ୍କୁ 25 ହଜାର ଟଙ୍କାର ଜୋରିମାନା ଦେବାକୁ ପଡିଛି । ପୁରୀ ଆରଟିଓ ଏହି ଇ-ଚାଲାଣ କାଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଜଣକ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧିନ ରାଣୀଭୂମି ଅଞ୍ଚଳରେ ହୋଇଥିବାବେଳେ ସେ ନିଜ ପରିବାର ସହ କୁମ୍ଭାରପଡା ଅଞ୍ଚଳରେ ରହୁଛନ୍ତି।

ନାବାଳକ ଜଣକ ତାଙ୍କ 2 ବନ୍ଧୁଙ୍କୁ ତାଙ୍କ ବାଇକ ପଛରେ ବସାଇ ବଡ଼ଦାଣ୍ଡରେ ବାଇକ ଚଳାଇ ଆସୁଥିଲେ। ଡାକ୍ତରଖାନା ଛକ ଟ୍ରାଫିକ ଆଉଟ ପୋଷ୍ଟରେ ଅଟକାଇ ଥିଲା ପୋଲିସ। ଟ୍ରିପଲ ରାଇଡିଂ ନେଇ ଫାଇନ ନକାଟି ପୋଲିସ ସିଧା ଆରଟିଓକୁ ଖବର ଦେଇଥିଲେ।

ପରେ ଆରଟିଓ ପକ୍ଷରୁ 25 ଟଙ୍କା ଫାଇନ କଟାଯାଇଛି । କେଵଳ ସେତିକି ନୁହେଁ ନାବାଳକ ଜଣକ ଅଗାମୀ 6 ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରି ପାରିବେ ନାହଁ । ଏନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏହି ଘଟଣା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details