ଓଡିଶା

odisha

ETV Bharat / state

ବସରେ ନାବାଳିକା ଦୁଷ୍କର୍ମ ଘଟଣା: ଚାର୍ଜସିଟ ଦାଖଲ କରିବ ପୋଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ଖୁବଶୀଘ୍ର ପୋଲିସ ଦାଖଲ କରିବ ଚାର୍ଜସିଟ । ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ଆସନ୍ତା 4ରୁ5 ଦିନ ମଧ୍ୟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବ ।

By

Published : Jul 10, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବସ୍ ଭିତରେ ନାବାଳିକା ଦୁଷ୍କର୍ମ ଘଟଣାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ପୋଲିସ । ଆଗାମୀ 4ରୁ 5 ଦିନ ଭିତରେ ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ । ଅନ୍ୟପଟେ ଏହି ମାମଲାର ଅଭିଯୁକ୍ତ ହେଲପରକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପୀଡିତାଙ୍କୁ 20 ହଜାର ଟଙ୍କା ଦିଆଯିବ ବୋଲି ଏସପି କହିଛନ୍ତି । ତେବେ ପୀଡିତାକୁ ଏବେ ସୁଧାର ଗୃହରେ ରଖାଯାଇ ଯତ୍ନ ନିଆଯାଉଥିବା ସେ କହିଛନ୍ତି ।

ବସ୍‌ରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ସେପଟେ ଏହି ଘଟଣାରୁ ଗୁରୁତର ସହ ନେଇ ଜୋରଦାର ତଦନ୍ତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details