ଓଡିଶା

odisha

By

Published : Mar 4, 2023, 9:08 AM IST

ETV Bharat / state

ବୈଠକରେ ଯୋଗ ଦେବାକୁ ଆସି ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଘେରିଲେ ଜନତା

ପୁରୀ ଅସ୍ତରଙ୍ଗ ବ୍ଲକରେ ଏକ ବୈଠକରେ ଯୋଗ ଦେବାକୁ ଆସି ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀଙ୍କୁ ଘେରିଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ପୁରୀ: ଏକ ବୈଠକରେ ଯୋଗ ଦେବାକୁ ଯାଇ ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଫଳରେ ବାଧ୍ୟ ହୋଇ ପୋଲିସର କଡା ସୁରକ୍ଷା ଭିତରେ କାର୍ଯ୍ୟକ୍ରମ ଛାଡି ଚାଲିଯାଇଥିଲେ । ଗତକାଲି(ଶୁକ୍ରବାର) ପୁରୀ ଅସ୍ତରଙ୍ଗ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଶୁକ୍ରବାର ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଅସ୍ତରଙ୍ଗ ବ୍ଲକ ଗସ୍ତ କରି ବିଡ଼ିଓଙ୍କ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ପହଞ୍ଚିଥିଲେ । ମାତ୍ର ଏହି ସମୀକ୍ଷା ବୈଠକରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଓ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିମାନେ ବୈଠକ ନେଇ ଅବଗତ ନଥିବା ବେଳେ ଏହି ବୈଠକକୁ ବିରୋଧ କରିଥିଲେ । ଯାହା ଫଳରେ ବୈଠକ ଆରମ୍ଭରୁ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ବିରୋଧ କରିଥିଲେ ଲୋକେ । ଫଳରେ ବାଧ୍ୟ ହୋଇ ମନ୍ତ୍ରୀ ପୋଲିସର ସହାୟତା ନେଇ ବ୍ଲକ ଛାଡି ଚାଲିଆସିଥିଲେ ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା । ସେ କହିଛନ୍ତି, " ଅସ୍ତରଙ୍ଗରେ ଖୁବଶୀଘ୍ର ୮କୋଟି ଟଙ୍କାରେ ମେଡ଼ିକାଲ ନିର୍ମାଣ ହେବାକୁ ଯାଉଛି । ଏନେଇ ଟେଣ୍ଡର ଖୁବଶୀଘ୍ର ହେବ । ଏହାଛଡା ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସମାଧାନ ସହିତ ଅସ୍ତରଙ୍ଗରେ ବସଷ୍ଟାଣ୍ଡ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଖୁବଶୀଘ୍ର ହେବ ।" ତେବେ ମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରିନଥିଲେ ବିରୋଧୀ । ସେମାନେ କହିଥିଲେ,"ମନ୍ତ୍ରୀ ତୁଷାରକାନ୍ତି ବେହେରା କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁ ନାହାନ୍ତି । ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି । ନିର୍ବାଚିତ ସରପଞ୍ଚ, ଅଧ୍ୟକ୍ଷଙ୍କ କଥା ମଧ୍ୟ ଶୁଣୁନାହାନ୍ତି। " ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଏହା ମଧ୍ୟ ପଢନ୍ତୁ: Tirtol MLA-Somalika Controversy: ମୁଖ୍ୟମନ୍ତ୍ରୀଙ୍କୁ ସୋମାଲିକାଙ୍କ ପ୍ରଶ୍ନ, ମୁଁ କଣ ମହିଳା ନୁହେଁ ?

ସେପଟେ ଅସ୍ତରଙ୍ଗ ବ୍ଳକରେ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି । ରାସ୍ତା, ଘାଟ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ବିଦ୍ୟୁତ୍ ସମସ୍ୟା, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ନିଯୁକ୍ତି କ୍ଷେତ୍ରରେ ସରକାର ସବୁ ପଦକ୍ଷେପ ନେଉଛନ୍ତି । କିଛି କୁଚକ୍ରି ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । ହେଲେ ସେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ସବୁବେଳେ ସେ କାମ କରୁଛନ୍ତି ଏବଂ ଆଗାମୀ ଦିନରେ ଏହାକୁ ଜୋର୍ ସୋରରେ ଆଗେଇ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

For All Latest Updates

ABOUT THE AUTHOR

...view details