ପୁରୀ:ପୁରୀରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଜିଲ୍ଲାର କୋଭିଡ ସ୍ଥିତିକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି । ପୁରୀରେ ଅକ୍ସିଜେନ୍ ପ୍ଲାଣ୍ଟ ହେବାକୁ ଯାଉଥିବାବେଳେ ଏହି ପ୍ଲାଣ୍ଟ କାର୍ଯ୍ୟ ମେ ୧୫ ସୁଦ୍ଧା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ।
କୋଭିଡ ସ୍ଥିତିର ସମୀକ୍ଷା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ଜିଲ୍ଲାରେ ଏବେ ମୋଟ ୧୮୮୪ ଜଣ କୋଭିଡ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ୧୧ଟି ବ୍ଲକ ଓ ୩ ଏନଏସିରେ ୧୨ ଶହ ଶଯ୍ୟାର ବ୍ୟବସ୍ଥା ହୋଇଛି । ସେହିପରି ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସପ୍ତାହକରେ କୋଭିଡ ଶଯ୍ୟା ଖୋଲିବ । ସେଠାରେ ଅକ୍ସିଜେନ ବ୍ୟବସ୍ଥା ଥିବା ୧୫୦ କୋଭିଡ ଶଯ୍ୟା କାର୍ଯ୍ୟକ୍ଷମ ହେବ । ସେହିପରି ମନ୍ତ୍ରୀ କହିଛନ୍ତି ପୁରୀରେ ୧ ଲକ୍ଷ ୯୨ ହଜାର ୪୮ ଜଣଙ୍କୁ ପ୍ରଥମ ଡୋଜ ଓ ୭ ହଜାର ୫୧୨ ଜଣଙ୍କୁ ଦ୍ବିତୀୟ ଡୋଜ୍ କୋଭିଡ ଟିକା ଦିଆଯାଇ ସାରିଛି ।