ଓଡିଶା

odisha

ETV Bharat / state

ଚିଲିକାରେ ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଦାବିପତ୍ର

ପୁରୀର ସାତପଡ଼ା ଠାରୁ ଜହ୍ନିକୁଦା ଯାଏଁ ଚିଲିକାରେ ବ୍ରିଜ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

By

Published : Jul 9, 2023, 12:57 PM IST

Updated : Jul 10, 2023, 9:46 AM IST

ଚିଲିକାରେ ବ୍ରିଜ ନିର୍ମାଣ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ
ଚିଲିକାରେ ବ୍ରିଜ ନିର୍ମାଣ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ

ଚିଲିକାରେ ବ୍ରିଜ ନିର୍ମାଣ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ

ପୁରୀ: ସାତପଡ଼ା ଠାରୁ ଜହ୍ନିକୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ହେଲେ ବାରମ୍ବାର ଦାବି ସତ୍ତ୍ବେ ବିଭିନ୍ନ ସମସ୍ୟାକୁ ନେଇ ଏହି ଦାବି ପୂରଣ ଦିଗରେ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଯାତାୟତରେ ଏବେ ବି ସମସ୍ୟା ଲାଗି ରହିଛି । ଏହାରି ଭିତରେ ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଏହି ବ୍ରିଜ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାତପଡ଼ା ଜହ୍ନିକୁଦା ବ୍ରିଜ ନିର୍ମାଣ କମିଟିର ସଭାପତିଙ୍କ ନେତୃତ୍ବରେ ଦାବିପତ୍ର ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଶୁଣିଲାନି ପ୍ରଶାସନ, ନିଜ ଅର୍ଥରେ ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ଏଠାରେ ବ୍ରିଜ ନିର୍ମାଣ ଦ୍ବାରା ହଜାର ହଜାର ଲୋକ ଉପକୃତ ହୋଇପାରିବେ । ପୂର୍ବରୁ ଏହି ବ୍ରିଜ ନିର୍ମାଣ ନେଇ ଉଦ୍ୟମ ହୋଇଥିଲେ ମଧ୍ୟ ପରିବେଶ ଓ ଜୈବ ବିବିଧତା ନଷ୍ଟ ହେବା ତଥ୍ୟ ନେଇ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ସାତପଡ଼ା ଜହ୍ନିକୁଦା ବ୍ରିଜ ନିର୍ମାଣ କମିଟି ସଭାପତି ଅଭିମନ୍ୟୁ ଜେନା କହିଛନ୍ତି, ''ଚିଲିକାରେ ହଜାର ହଜାର ଯନ୍ତ୍ରଚାଳିତ ଡଙ୍ଗା ଯାତାୟତ ଲାଗି ଡିଜେଲ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ଯନ୍ତ୍ରଚାଳିତ ଡଙ୍ଗା ମାଡରେ ବିରଳ ସାମୁଦ୍ରିକ ଜୀବ, ଡଲଫିନଙ୍କ ଅକାଳରେ ମୃତ୍ୟୁ ହେଉଛି । ଏଣୁ ସାତପଡ଼ାରୁ ଜହ୍ନିକୁଦାକୁ ସ୍ଥାୟୀ ବ୍ରିଜ ନିର୍ମାଣ ହେଲେ ଆଉ ପରିବେଶ ପ୍ରଦୂଷଣ ହେବ ନାହିଁ କି ବିରଳ ସାମୁଦ୍ରିକ ଜୀବ ମୃତ୍ୟୁମୁଖରେ ପଡ଼ିବେ ନାହିଁ । ଏଣୁ ବ୍ରିଜ ଯୋଗୁଁ ଚିଲିକାରେ ପରିବେଶ, ଜୈବ ବିବିଧତା ନଷ୍ଟ ହେବା ପ୍ରସଙ୍ଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।’’

ସେପଟେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏହି କାର୍ଯ୍ୟ କଲେ ବ୍ରିଜ ନିର୍ମାଣ ଶୀଘ୍ର ସମ୍ଭବ ହୋଇପାରିବ । ଚିଲିକାରେ ବ୍ରିଜ ନିର୍ମାଣ ନେଇ ଅନେକ ପ୍ରସଙ୍ଗ ବି ରହିଛି । ମୁଖ୍ୟତଃ ପରିବେଶ ସୁରକ୍ଷା ପ୍ରସଙ୍ଗ । ତେବେ ପ୍ରଥମେ ଏକ କମିଟି ଆସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବେ । ପରେ ବିଭିନ୍ନ ଦିଗକୁ ନେଇ ସମୀକ୍ଷା ହେବ । ଯଦି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସହଯୋଗ କରି ଏକ ଡିପିଆର୍ ପ୍ରସ୍ତୁତ କରିଦେବେ ବ୍ରିଜ ନିର୍ମାଣ କାର୍ଯ୍ୟ 50 ପ୍ରତିଶତ ଶେଷ ହେବ । ପରବର୍ତ୍ତୀ ପଦକ୍ଷେପ କେନ୍ଦ୍ର ସରକାର ନେବେ ।'' ତେବେ ସେ ଦିଲ୍ଳୀ ଯିବା ପରେ ଏହାର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚୋନା କରି ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 10, 2023, 9:46 AM IST

ABOUT THE AUTHOR

...view details