ପୁରୀ:ଦିନ କେଇଟା ପରେ ନୂଆବର୍ଷ । ବର୍ଷ ଶେଷ ହୋଇ ଆସୁଥିବାବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ତେବେ ଆଗକୁ ନୂଆବର୍ଷ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କର ହେବ ସମାଗମ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଵା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ।
ତେବେ ଆସନ୍ତା ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ପୁରୀକୁ ହେବ । ତେବେ ବଡ଼ଦିନ ଛୁଟି ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଆସିଥିଲେ । ଫଳରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡ଼ ଯୋଗୁଁ ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତମାନେ ଛିଡ଼ା ହୋଇ ରହିଥିଲେ । ଦୀର୍ଘ ସମୟ ଧରି ଧାଡ଼ି ବାନ୍ଧି ଠିଆହୋଇ ଧୈର୍ଯ୍ୟ ହରାଇବା ପରେ ଜୋର ଜବରଦସ୍ତ ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ । କାରଣ ଗଳାବାଟ ଦେଇ କେତେକ ପ୍ରଶାସନିକ କର୍ମଚାରୀମାନେ କିଛି ଧନୀ ଶ୍ରେଣୀର ଭକ୍ତମାନଙ୍କୁ ଦର୍ଶନ ପାଇଁ ପ୍ରବେଶ କରାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନଵାଚୀ ସୃଷ୍ଟି କରିଛି ।
ଏହା ମଧ୍ୟ ପଢନ୍ତୁ- ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ