ଓଡିଶା

odisha

ETV Bharat / state

ମଠ ଉଚ୍ଛେଦକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଚାରିପାଖର 75 ମିଟର ଲେଖାଏଁ ଉଚ୍ଛେଦ ସହ 12 ଟି ମଠର ମଧ୍ୟ ଉଚ୍ଛେଦ ନେଇ ପ୍ରଶାସନ ସ୍ଥିର କରିଛି । ଯାହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।

By

Published : Sep 5, 2019, 2:54 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଚାରିପାଖର 75 ମିଟର ଲେଖାଏଁ ଉଚ୍ଛେଦ ଆରମ୍ଭ ହୋଇଛି । 12 ଟି ମଠର ମଧ୍ୟ ଉଚ୍ଛେଦ ନେଇ ପ୍ରଶାସନ ସ୍ଥିର କରିଛି । ତେବେ ଏହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।

ତେବେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ସହିତ ମଠ ଜଡିତ । ପୁରାତନ ମଠ ଗୁଡିକର ବିକାଶ ସରକାର ନକରି ମଠ ଭାଙ୍ଗି ବିନାଶ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବୁଧବାର ସଂଗଠନ କହିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ତେବେ ଯଦି ମଠ ଉଚ୍ଛେଦ ହେଉଛି ସରକାର କଣ ପାଇଁ ଆଜି ଯାଏଁ ମଠ ମହନ୍ତ ତଥା ସାଧୁ ସନ୍ଥଙ୍କ ସହ ଆଲୋଚନା କରିନାହାଁନ୍ତି ବୋଲି ଭିଏଚପି ପ୍ରଶ୍ନ କରିଛି । ଏଥିସହ ମଠ ଥଇଥାନ ନେଇ ସରକାରଙ୍କ ଯଦି କୌଣସି ନିଦ୍ଧିଷ୍ଟ ଯୋଜନା ରହିଛି ତେବେ ପ୍ରଥମେ ଖୋଲା ଆଲୋଚନା ହେଉ । ନଚେତ୍ ବିଶ୍ବ ହିନ୍ଦୁ ପରିଷଦ ଉଚ୍ଛେଦକୁ ଦୃଢ଼ ବିରୋଧ କରିବ ବୋଲି ସଂଗଠନ ଚେତାବନୀ ଦେଇଛନ୍ତି ।


ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details