ପୁରୀ: ଜିଲ୍ଲାରେ ବିଭିନ୍ନ ନଦୀ ପଠାରୁ ଖୁଲମଖୁଲା ଚୋରା ବାଲି ଚାଲାଣ ହେଉଥିବା ବେଳେ ନଦୀଘାଟରୁ ପ୍ରତିଦିନ ବିଭିନ୍ନ ଗାଡି ଦ୍ବାରା ଚୋରା ବାଲି ଚାଲାଣ କରୁଛନ୍ତି ବଡ଼ ବଡ଼ ମାଫିଆ l ଏହି ପ୍ରତିବାଦରେ ଦଳିତ ଆଦିବାସୀ ମାଇନରଟି ମହାସଂଘ ତରଫରୁ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ ମଧ୍ୟ କରାଯାଇଛି।
ଭାର୍ଗବୀ ନଦୀର ଜଗନ୍ନାଥପୁର,ପଦନପୁର ଓ ବଳଙ୍ଗା ଏବଂ କୁଶଭଦ୍ରା ନଦୀର ଝାମ୍ପୁଲା କୁଦ, ଧୀରପୁର ଓ ଦୀଘାଳ ଆଦି ଘାଟରୁ ଦିନ ରାତି ଜେସିବି, ହାଇୱ ଦ୍ବାରା ଶହଶହ ଟ୍ରିପ୍ ବାଲି ବିନା ନିଲାମରେ ଘାଟରୁ ଚୋରି କରି ଲାଭବାନ ହେଉଛନ୍ତି ମାଫିଆ । ଯାହା ସରକାରଙ୍କ ରାଜସ୍ବ ହାନିର ଏକ ଜ୍ଵଳନ୍ତ ଉଦାହରଣ ଅଟେ ।