ଓଡିଶା

odisha

ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ପାର୍କ, ରକ୍ଷଣାବେକ୍ଷଣରେ ଅବହେଳା କରୁଛି ପ୍ରଶାସନ - ପୁରୀରେ ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ

ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା ପାର୍କ ପରିତ୍ୟକ୍ତ ଅବସ୍ଥାରେ । ରକ୍ଷଣାବେକ୍ଷଣରେ ପ୍ରଶାସନର ଅବହେଳା ନେଇ ଉଦବେଗ ପ୍ରକାଶ କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 4, 2023, 3:57 PM IST

ପରିତ୍ୟକ୍ତ ଅବସ୍ଥାରେ ପାର୍କ

ପୁରୀ: ପୁରୀ ସହରର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପାର୍କିର ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ଖର୍ଚ୍ଚ ହୋଇଥିବା ଟଙ୍କା ପାଣିରେ ପଡିଛି । ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେଉଁଠି ଖେଳ ଉପକରଣ ସହ ଚେୟାର ଟେବୁଲ୍ ଭାଙ୍ଗି ଯାଇଛି ତ କେଉଁଠି ଅନାବନା ଗଛ ଉଠି ସରିସୃପଙ୍କର ବାସସ୍ଥଳୀ ପାଲଟିଛି। ପୁରୀ ସହରର ବିଭିନ୍ନ ୱାର୍ଡରେ ନୂତନ ପାର୍କ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଅଧିକାଂଶ ପାର୍କରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ପାର୍କର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ବତନ୍ତ୍ର ଯୋଜନା ହୋଇନଥିବାରୁ କୋଟି କୋଟି ଟଙ୍କା ପାଣିରେ ପଡିବା ଭଳି ମନେ ହେଉଛି। ସେପଟେ ପାର୍କର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନର ଏଭଳି ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସହରର ବୁଦ୍ଧିଜୀବୀ।

ଏହା ମଧ୍ୟ ପଢନ୍ତୁ-ରାତିରେ ଥିଲା ସକାଳେ ନାହିଁ, ପାର୍କରୁ ଗାଏବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି



ରାମମନ୍ଦିର, ସର୍ବୋଦୟ ନଗର, ଏସି ଏସ୍‌ କଲେଜ ଛକ, ବଳିଆପଣ୍ଡା ଭଳି ସହରରେ ଥିବା ବିଭିନ୍ନ ୱାର୍ଡରେ ଉଦଘାଟିତ ହୋଇଥିବା ନୂଆ ପାର୍କ ଗୁଡିକ ଏବେ ଶୋଚନୀୟ ହୋଇପଡିଛି। ସରକାରଙ୍କ ଅନୁଦାନରୁ ଆସୁଥିବା ଟଙ୍କା ଉଚିତ ଢଙ୍ଗରେ ଖର୍ଚ୍ଚ ନହେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ପାର୍କ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ପ୍ରଶାସନ ଏକ ଯୁଗ୍ମ କମିଟି ଗଠନ କରିବା ସହ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ କିଛି ସ୍ବତନ୍ତ୍ର ଅନୁଦାନ ଦେବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ। ନଚେତ୍ କେବଳ ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ ହେଉଥିବ କିନ୍ତୁ ଏହାର ସୁଫଳ ପୁରୀ ସହରବାସୀ ପାଇପାରିବେ ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ସେପଟେ ପାର୍କରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି , ''ପାର୍କ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କିଛି ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ। ଏନେଇ ଟେଣ୍ଡର ସରିଥିବା ବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ''


ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକାକୁ କୋଟି କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର ଦେଉଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ଚାଲିଛି ପୌର ପ୍ରଶାସନ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଏଦିଗରେ ଅଧିକ ଯତ୍ନବାନ ହେବା ପାଇଁ ବୁଦ୍ଧିଜୀବୀ ମାନେ ପରାମର୍ଶ ଦେଇଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details