ଭୁବନେଶ୍ବର: ପଞ୍ଜାବୀ ଓ ମଙ୍ଗୁ ମଠ ଉଚ୍ଛେଦ ନେଇ ଘନାଉଛି ବିବାଦ । ବିଶେଷ କରି ମଙ୍ଗୁ ମଠ ଉଚ୍ଛେଦକୁ ନେଇ ଉଠୁଛି ପ୍ରତିବାଦର ସ୍ବର । ପୁରୀରେ ଥିବା ମଠ ଗୁଡିକର ସମ୍ପର୍କ ପ୍ରଭୁ ଜଗନ୍ନାଥଙ୍କ ସହ ଅତି ପୁରୁଣା । ଏଥିପାଇଁ ଏହାକୁ ଉଚ୍ଛେଦ ନକରିବାକୁ ବାରମ୍ବାର ଅନୁରୋଧ କରାଯାଉଛି ।
ସୂଚନାନୁସାରେ, ଲୋକଙ୍କ ମତକୁ କେନ୍ଦ୍ର କରି ବର୍ତ୍ତମାନ ମଙ୍ଗୁ ଓ ପଞ୍ଜାବୀ ମଠ ଉଚ୍ଛେଦ ବନ୍ଦ ରହିଛି । ଏପରିକି ଏନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଯାହାର ଶୁଣାଣି ଓଡିଶା ହାଇକୋର୍ଟ କରିବେ । ଯଦି ଉକ୍ତ ମାମଲାରେ କୌଣସି ବଳ ପୂର୍ବକ ଶୁଣାଣି ହୁଏ, ତେବେ ସୁପ୍ରିମକୋର୍ଟରେ ପୁନଃଅଭିଯୋଗ କରାଯିବ ।