ପୁରୀ: ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ । ପର୍ଯ୍ୟଟକ ଗାଡି ପାର୍କିଂକୁ ଦାଦା ବଟି ମାଗିବା ଅଭିଯୋଗରେ ଜଣେ ଯୁବକକୁ ପୁରୀ ବଳିଆ ପଣ୍ଡା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ଶଙ୍କର ଦାସ ଓ ସେ ବଳିଆ ପଣ୍ଡା ବସ୍ତିରେ ରୁହେ।
ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ - ଦାଦା ବଟି ମାଗିବା ଅଭିଯୋଗରେ ଜଣେ ଗିରଫ
ପର୍ଯ୍ୟଟକ ଗାଡି ପାର୍କିଂକୁ ଦାଦାବଟି ମାଗିବା ଅଭିଯୋଗରେ ଜଣେ ଯୁବକକୁ ପୁରୀ ବଳିଆପଣ୍ଡା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ଶଙ୍କର ଦାସ । ଅଧିକ ପଢନ୍ତୁ...
![ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ ଦାଦା ବଟି ମାଗିବା ଅଭିଯୋଗରେ ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-11007558-thumbnail-3x2-od-pur-05-puri-dadabati-avo-7205521-14032021195611-1403f-1615731971-689jpeg.jpg)
ଦାଦା ବଟି ମାଗିବା ଅଭିଯୋଗରେ ଜଣେ ଗିରଫ
ପୋଲିସର ସୂଚନା ଅନୁଯାୟୀ, 13 ତାରିଖ ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ ଚାଲିଥିବା ବେଳେ ବଳିଆ ପଣ୍ଡା ଲାଇଟ ହାଉସ ଛକ ନିକଟରେ ଥିବା ଟୁରିଷ୍ଟ ଗାଡିରୁ ପାର୍କିଂ ନାଁରେ ଦାଦାବଟି ଆଦାୟ କରୁଥିଲା ଶଙ୍କର । ଛୁରୀ ଦେଖାଇ ଭୟଭୀତ ମଧ୍ୟ କରୁଥିଲା। ଏହି ଖବର ମିଳିବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶଙ୍କରକୁ ଧରିବା ସହ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ