ଓଡିଶା

odisha

ETV Bharat / state

ଚିଲିକାକୁ ଅଡୁଆ ମାଲେସିଆ ଜାହାଜ

କୃଷ୍ଣପ୍ରସାଦର ରାଜହଂସ ନିକଟରେ ଫସିଥିବା ମାଲେସିଆ ଜାହାଜର ପରିସ୍ଥିତି ପାରାଦୀପର ବ୍ଲାକରୋଜ ଭଳି ଘଟିପାରେ । ଜିନହୁଆ ନାମକ ଜାହାଜଟି ହ୍ରଦର ବାଲିରେ ଧୀରେ ଧୀରେ ଦବିବାକୁ ଲାଗିଥିବାବେଳେ ଜାହାଜର ମରାମତି ହୋଇପାରୁନାହିଁ ।

By

Published : Aug 18, 2019, 3:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: କୃଷ୍ଣପ୍ରସାଦର ରାଜହଂସ ନିକଟରେ ଫସିଥିବା ମାଲେସିଆ ଜାହାଜର ପରିସ୍ଥିତି ପାରାଦୀପର ବ୍ଲାକରୋଜ ଭଳି ଘଟିପାରେ । ଏକଥା ଆମେ ନୁହେଁ ପରିବେଶବିତମାନେ କହୁଛନ୍ତି । ପାରାଦୀପରୁ ଦୁଇ ଜଣିଆ ମେକାନିକାଲ ଇଞ୍ଜିନିୟର ଆସି ଅନୁଧ୍ୟାନ କରି ଫେରିଯାଇଛନ୍ତି । ଜିନହୁଆ ନାମକ ଜାହାଜଟି ହ୍ରଦର ବାଲିରେ ଧୀରେ ଧୀରେ ଦବିବାକୁ ଲାଗିଥିବାବେଳେ ଜାହାଜର ମରାମତି ହୋଇପାରୁନାହିଁ ।

ଫଳରେ ଜାହାଜରେ ଥିବା ପ୍ରାୟ 13ହଜାର ଲିଟର ତେଲ କିଭଳି ନିଷ୍କାସନ ହେବ ସେନେଇ ସମସ୍ତେ ଚିନ୍ତାରେ । ନଚେତ ତେଲ ଯଦି ହ୍ରଦରେ ମିଶେ ସେପଟେ ସମୁଦ୍ର ପାଣି ମଧ୍ୟ ପ୍ରଦୂଷିତ ହେବ । ତା ସହ ଚିଲିକାର ଜୈବ ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହେବା ସହ ମତ୍ସ୍ୟଜୀବୀମାନେ ଜୀବନ ଜୀବିକାକୁ ନେଇ ଚିନ୍ତାରେ । ସେପଟେ କୋଷ୍ଟଗାର୍ଡଙ୍କ ସହ ଯୋଗାଯୋଗ କରାଯାଇଛି । ସେଭଳି କିଛି ବିପଦ ନାହିଁ । ତଥାପି ତା ଉପରେ ନଜର ରଖାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଜାହାଜ କର୍ତ୍ତୃପକ୍ଷ କମ୍ପାନୀ ସହିତ ଆଲୋଚନା କରିଛନ୍ତି । 10 ଦିନ ଭିତରେ ଜାହାଜ ନେଇ ଯିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ତେବେ କୌଣସି ତେଲ ଲିକ୍ ହେବ ନାହିଁ ବୋଲି ଜାହାଜର ବୈଷୟିକ ଟିମ ଯାଞ୍ଚ କରି ସ୍ପଷ୍ଟ କରିଛନ୍ତି । ପ୍ରତି ଘଣ୍ଟାକୁ ଘଣ୍ଟା ସେମାନେ ତାର ଯାଞ୍ଚ କରୁଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ତେଲ ଲିକ୍ ହେଲେ ଚିଲିକାରେ ରହିଥିବା ୪୮ପ୍ରକାର ବିରଳ ଜଳଜୀବ, ଏରୱଡି ଡଲଫିନଙ୍କ ଜୀବନ ହୋଇଯିବାର ଆଶଙ୍କା ରହିଛି । ତେବେ ଜାହାଜଟି ଅଗଷ୍ଟ 3ରେ ବାଂଲାଦେଶରୁ ଆସି ବଙ୍ଗୋପସାଗରରେ ଫସି ଯାଇଛି । ଆଉ ସେଥିରେ ଥିବା ବିଦେଶୀ ନାଗରିକଙ୍କ ତଥ୍ୟ ରଖାଯାଇଛି । ସେହି ଜାହାଜଟି 18 ଡିଗ୍ରୀ ଢଳିକି ସମୁଦ୍ର ଆଡକୁ ରହିଛି ।

ଜାହାଜଟି ଯଦି ଲେଉଟି ଯାଏ, ତେବେ ସେଥିରେ ଥିବା ପ୍ରାୟ 3ଶହ ଲିଟର ଡିଜେଲ, 1ହଜାର ଲିଟର ଲିଉବ୍ ଅଏଲ ଓ 200ଲିଟର ହାଇଡ୍ରୋଲିକ ଅଏଲ ସିଧା ସମୁଦ୍ର ଓ ଚିଲିକା ପାଣିରେ ମିଶିବ ।

ଭାଇଜାଗର ଏକ ଏଜେନ୍ସି ତାକୁ ଭଡା ସୂତ୍ରରେ ଆଣି ଲୁହା ପଥର ବୋହିବା ପାଇଁ ନିୟୋଜନ କରିଥିଲା । ତାହାର ମାଲିକଙ୍କୁ ମଧ୍ୟ ଖବର ଦିଆଯାଇଛି । ଡକ୍ୟୁମେଣ୍ଟସନର ଯାଞ୍ଚ କରାଯାଇଛି । ଜାହାଜର ସୁରକ୍ଷା ପାଇଁ ମଧ୍ୟ ପୋଲିସ ମୁତୟନ କରାଯାଇଛି । ଜାହାଜକୁ ନେବା ପାଇଁ ମୁମ୍ବାଇର ଏକ ସଂସ୍ଥାକୁ ଦିଆଯାଇଛି । ତେଲ ଲିକକୁ ନେଇ ସେମାନେ ମଧ୍ୟ ବେଶ ଯତ୍ନବାନ ରହିଛନ୍ତି । ଜାହାଜ ସୁରକ୍ଷିତ ରହିଛି । ପ୍ରତି ଘଣ୍ଟାକୁ ଯାଇ ଜାହାଜର କର୍ମକର୍ତ୍ତାମାନେ ତେଲକୁ ମାପୁଛନ୍ତି । ତେଣୁ କିଛି ବି ଭୟ କରିବାର ଆଶଙ୍କା ନାହିଁ ।

ଅନ୍ୟପଟେ ଜାହାଜ ଲାଗିବା 12ଦିନ ବିତିଯାଇଥିଲେ ମଧ୍ୟ ତାର ମରାମତି ଉପରେ ସରକାର ଚେଷ୍ଟା କରି ନାହାଁନ୍ତି । ତେବେ ଖୁବଶୀଘ୍ର ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details