ଓଡିଶା

odisha

ETV Bharat / state

ସ’ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ

ପୁରୀ ନବକଳେବର ସ୍ଥିତ କାଠ ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠପୋଡ଼ି ପାଉଁଶ ହୋଇଥିବା ସୂଚନା । ଅଧିକ ପଢନ୍ତୁ

By

Published : Dec 15, 2022, 7:51 AM IST

Updated : Dec 15, 2022, 8:27 AM IST

ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ
ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ

କାଠ ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ

ପୁରୀ: ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ । କାଠ ଫର୍ଣ୍ଣିଚର ଗୋଦାମରେ ଲାଗିଲା ନିଆଁ । ନିଆଁ ଆଁରେ ଲକ୍ଷାଧିକ ଟଙ୍କାର କାଠ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ମେଘାଳୟର ୪ ବିଧାୟକ

ସୂଚନାଅନୁସାରେ, ଗତକାଲି(ବୁଧବାର) ବିଳମ୍ବିତ ରାତିରେ ପୁରୀ ନବକଳେବର ରୋଡରେ ଥିବା କାଠ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗିଯାଇଥିଲା । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍ ଥିବାରୁ ଭୟଭୀତ ହୋଇ ପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି । ଦୀର୍ଘ 5 ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ପୁରୀ

Last Updated : Dec 15, 2022, 8:27 AM IST

ABOUT THE AUTHOR

...view details