ଓଡିଶା

odisha

ETV Bharat / state

ମହାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା କଲେ ବ୍ରତଧାରୀ - bada sankha puja mandap

ପୁରୀର ବିଭିନ୍ନ ପୂଜା ମଣ୍ଡପରେ ହୋଇଛି ମା'ଙ୍କ ମହାଷ୍ଟମୀ ପୂଜା । ମହିଳା ବ୍ରତଧାରୀମାନେ ମନସ୍କାମନା ପୂରଣ ପାଇଁ ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

mahastami rituals in puri
ପୁରୀର ବିଭିନ୍ନ ମଣ୍ଡପରେ ମହାଷ୍ଟମୀ ପୂଜା

By ETV Bharat Odisha Team

Published : Oct 22, 2023, 6:25 PM IST

ପୁରୀର ବିଭିନ୍ନ ମଣ୍ଡପରେ ମହାଷ୍ଟମୀ ପୂଜା

ପୁରୀ:ମହାଷ୍ଟମୀ ପୂଜା ଅବସରରେ ପୁରୀର ବିଭିନ୍ନ ପୂଜା ମଣ୍ଡପ ଉତ୍ସବମୁଖର ରହିଛି । ମା'ଙ୍କ ଦର୍ଶନ ଓ ପୂଜା ପାଇଁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଜମୁଛି । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଥିବା ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ମା'ଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଦେବୀ ଦୁର୍ଗାଙ୍କୁ ମହାଷ୍ଟମୀରେ ଆରାଧନା କରିବା ପାଇଁ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ବେଶ ଭିଡ଼ ଲାଗି ରହିଛି । ବିଶେଷ କରି ମହିଳାମାନେ ମହାଷ୍ଟମୀକୁ ବ୍ରତ ଭବେ ପାଳନ କରିଥାନ୍ତି। ମା'ଙ୍କ ଦର୍ଶନ କରି ସାରିବା ପରେ ମହିଳା ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି । ପରମ୍ପରା ଅନୁଯାୟୀ ମା'ଙ୍କୁ ନୂଆ ଶାଢୀ ଲାଗି କରିବା ପରେ ମହିଳାମାନେ ନୂତନ ଶାଢୀ ପରିଧାନ କରିଥାନ୍ତି । ତେବେ ମା'ଙ୍କୁ ପୂଜାର୍ଚ୍ଚନା କରିବା ସହ ପରିବାରର ମଙ୍ଗଳ କାମନା କରିଥାନ୍ତି ବ୍ରତଧାରୀ ।

ଭକ୍ତ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ମେଢ଼ ଦେଖିବା ସହ ଶାରଦୀୟ ଦୁର୍ଗାପୂଜାର ମଜା ଉଠାଉଛନ୍ତି । ମହାଷ୍ଟମୀ ଅବସରରେ ପୂଜକମାନେ ମା' ଦୁର୍ଗାଙ୍କ ମହାଷ୍ଟମୀ ପାଇଁ ସକାଳୁ ପ୍ରଥମେ ସୂର୍ଯ୍ୟପୂଜା, ପଞ୍ଚ କର୍ମ ସହ ବିଭିନ୍ନ ପୂଜା କରିଥାନ୍ତି । ରାତିରେ ନବମୀ ପୂଜା ଅନୁଷ୍ଠିତ ହେବ । ଏହା ପୂର୍ବରୁ ସନ୍ଧି ପୂଜା, ବଳୀଦାନ ନୀତି ଅନୁଷ୍ଠିତ ହେବ । ତେବେ ଶାରଦୀୟ ଦୁର୍ଗାପୂଜାରେ ନିଷ୍ଠାର ସହ ଯେଉଁ ଭକ୍ତ ମା'ଙ୍କୁ ପୂଜାର୍ଚ୍ଚନା କରି ଆରାଧନା କରିଥାନ୍ତି ସେମାନଙ୍କୁ ଅଶେଷ ପୂଣ୍ୟ ମିଳିବା ସହ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି ।

ଏହା ବି ପଢନ୍ତୁ...Dussehra 2023: ସମ୍ବଲପୁର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା

ଏହା ବି ପଢନ୍ତୁ...ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା, ଏଠାରେ ଗୋଷାଣୀ ରୂପରେ ପୂଜା ପାଆନ୍ତୀ ମାଆ ଦୁର୍ଗା

ପୁରୀ ସହରର ଅନ୍ୟତମ ପୁରାତନ ପୂଜା ମଣ୍ଡପ ହେଉଛି ବଡ ଶଙ୍ଖ ଦୁର୍ଗା ପୂଜା କମିଟି । ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜାକୁ ବେଶ ଆଡମ୍ବର ସହକାରେ ପାଳନ କରାଯାଏ। ଏଠାରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ମାଛ ଭୋଗ ହୋଇଥାଏ। ତେବେ "ବଡଶଙ୍ଖ ଦୁର୍ଗାପୂଜା କମିଟି ଆସନ୍ତା ବର୍ଷ 50 ତମ ଦୁର୍ଗାପୂଜା ଉତ୍ସବ ଆୟୋଜନ କରିବ" ବୋଲି କହିଛନ୍ତି ବଡଶଙ୍ଖ ଦୁର୍ଗା ପୂଜା କମିଟିର କାର୍ଯ୍ୟକାରି ସଭାପତି । ଏହାକୁ ସ୍ମରଣ କରି ରଖିବା ପାଇଁ ଆସନ୍ତାବର୍ଷ ରୂପା ମେଢ଼ ନିର୍ମାଣର ଯୋଜନା ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details