ପୁରୀ: ଆଜି ପବିତ୍ର ମହାଶିବରାତ୍ରୀରେ ପ୍ରଭୁ ଲୋକନାଥଙ୍କ ପୀଠରେ ଜମୁଛି ଭିଡ଼। କଟକଣା ସହ ବ୍ୟାରିକେଡ ଭିତରେ ଲୋକନାଥଙ୍କ ଦର୍ଶନ ପାଇଁ ସୁଯୋଗ ପାଇଛନ୍ତି ଭକ୍ତ। ଜାଗର ଉପଲକ୍ଷେ ପୁରୀର ପ୍ରସିଦ୍ଧ ଶୈବ ପୀଠ ବାବା ଲୋକନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ଭୋର 4 ଟାରୁ ବାବା ଲୋକନାଥଙ୍କ ଦର୍ଶନ ଆରମ୍ଭ ହୋଇଥିବା ବେଳେ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି କରାଯାଉଛି। ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହୁଥିଲେ। ତେଣୁ ଆଜି ପ୍ରଭୁଙ୍କ ଦର୍ଶନ ଭାବବିହ୍ବଳ ହୋଇଛନ୍ତି ଭକ୍ତ।
Mahashivratri: ଲୋକନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଭକ୍ତ - ଲୋକନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଭକ୍ତ
ଜାଗର ଉପଲକ୍ଷେ ପୁରୀର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ଅଧିକ ପଢ଼ନ୍ତୁ

ଲୋକନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଭକ୍ତ
ଲୋକନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଭକ୍ତ
କୋଭିଡ କଟକଣା କୋହଳ ହୋଇଥିଲେ ମଧ୍ୟ ମନ୍ଦିର ପରିସରରେ ପୋଲିସ ମୂତୟନ ହୋଇଛନ୍ତି। ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ପ୍ରତି ବିଶେଷ ଗୁରୁତ୍ବ ଦିଆଯାଉଛି। ତେବେ ରାତ୍ର 3 ଟା ପରେ ଲୋକନାଥଙ୍କ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ପୋଲିସ ସୁରକ୍ଷା ମଧ୍ୟରେ ରାତି 10ଟା ଯାଏ ଲୋକନାଥ ମନ୍ଦିରରେ ଦର୍ଶନ ଚାଲୁ ରହିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ