ପୁରୀ: ଫ୍ଲାଇଂ ସ୍କ୍ବାଡ ମ୍ୟାଜିଷ୍ଟ୍ରେଟଙ୍କୁ ଯାଞ୍ଚ ସମୟରେ ଆକ୍ରମଣ ଅଭିଯୋଗରେ ପୁରୀ ପୋଲିସ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି । ତେବେ ଗିରଫ ପରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ନ୍ୟାୟିକ ଅଦାଲତକୁ ପଠାଯାଇଛି । ତେବେ ପିପିଲିରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭୁବନେଶ୍ବର କୋର୍ଟକୁ ନିଆଯାଇଛି । ମାତ୍ର ସ୍ୱତନ୍ତ୍ର କୋର୍ଟରେ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରହିଛି। ମହାରଥୀଙ୍କୁ ଝାଡପଡା ଜେଲକୁ ପଠାଇ ଦିଆଯାଇଛି । ଆସନ୍ତା ୨୪ ତାରିଖରେ ପୁଣି ହେବ ଶୁଣାଣି ।
ଭୁବନେଶ୍ବରରେ ହେବ ମହାରଥୀଙ୍କ ଶୁଣାଣି - puri
ଫ୍ଲାଇଂ ସ୍କ୍ବାଡ ମ୍ୟାଜିଷ୍ଟ୍ରେଟଙ୍କୁ ଯାଞ୍ଚ ସମୟରେ ଆକ୍ରମଣ ଅଭିଯୋଗରେ ପୁରୀ ପୋଲିସ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରି ଭୁବନେଶ୍ବର କୋର୍ଟକୁ ନିଆଯାଇଛି । ସେଠାରେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଫଟୋ ସୌଜନ୍ଯ:ସମ୍ବାଦଦାତା, ଇଚିଭି ଭାରତ
ସୂଚନାମୁତାବକ ପିପିଲି କୋର୍ଟରେ ସେ ହାଜର ହେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଭୁବନେଶ୍ବର କୋର୍ଟକୁ ମାମଲାରେ ବିଚାର ପାଇଁ ସ୍ଥାନାନ୍ତର କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ