ପୁରୀ: ରଥଯାତ୍ରା ନେଇ ଚଳଚଞ୍ଚଳ ରଥଖଳା । ହେଲେ ପ୍ରବଳ ଖରା ଯୋଗୁଁ ପ୍ରଭାବିତ ହେଉଛି ରଥ ନିର୍ମାଣ କାର୍ଯ୍ୟ । ଯେଉଁଥିପାଇଁ ରଥନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଏଣୁ ଅଧିକ ସମୟ କାର୍ଯ୍ୟ କରିବାର ଆବଶ୍ୟକ ରହିଛି । ଆଉ ଏଥିଲାଗି ନିର୍ଦ୍ଧାରିତ ମଜୁରୀ ଠାରୁ ଅଧିକ ଦରକାର ନେଇ ବିଶ୍ବକର୍ମା ମହାରଣା କହିଛନ୍ତି ।
ବର୍ତ୍ତମାନ ସମୟରେ ମଜୁରୀ 448 ଟଙ୍କା ରହିଛି । ତେବେ ଅଧିକ ସମୟ କାମ ପାଇଁ ପୁର୍ଣ୍ଣ ମଜୁରୀ ସହ ମୂଳ ମଜୁରୀର ଅଧା ମିଶାଇ ଦେବାକୁ ମହାରଣା ମାନେ ଦାବି କରିଛନ୍ତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଅବଗତ କରାଇଛନ୍ତି । ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ରେ ଏଥିଲାଗି କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା କହିଛନ୍ତି । ଏଥିସହ ସେମାନଙ୍କ ଦାବିକୁ ବିଚାରକୁ ନେବା ପାଇଁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।