ଓଡିଶା

odisha

ETV Bharat / state

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗ, ସିଂହଦ୍ବାରା ଥାନାରେ ମାମଲା ରୁଜୁ - ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗ

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ପୁରୀ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅଧିକାରୀ କର୍ମୀଙ୍କ ପକ୍ଷରୁ ଏନେଇ ଏତଲା ଦାଏର ହୋଇଥିଲା । ଅଧିକ ପଢନ୍ତୁ...

ଅନଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି
ଅନଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି

By

Published : Aug 18, 2020, 6:34 PM IST

Updated : Aug 18, 2020, 9:51 PM IST

ପୁରୀ:ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ପୁରୀ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅଧିକାରୀ କର୍ମୀଙ୍କ ପକ୍ଷରୁ ଏନେଇ ଏତଲା ଦାଏର ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ମହାପ୍ରଭୁଙ୍କ ମହାପ୍ରସାଦ ଅନଲାଇନରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଦର୍ଶାଯାଇଛି ।

ଅନଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି

ଏତଲାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଜ୍ୟୋତି ଦାସ ନାମକ ଜଣେ ବ୍ୟକ୍ତି ନିଜର ଫେସବୁକରେ ଭକ୍ତମାନେ ମହାପ୍ରସାଦ ତାଙ୍କ ଫୋନ ନମ୍ବର ଓ ଏକ ଅନଲାଇନ ୱେବସାଇଟ ମାଧ୍ୟମରେ ଅର୍ଡର କରିବାକୁ ବିଜ୍ଞାପନ ଦେଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ କୌଣସି ଫୁଡ଼ ଲାଇସେନ୍ସ ନଥାଇ ଏଭଳି କାର୍ଯ୍ୟ ବେଆଇନ ଅଟେ ।

ସୂଚନାନୁସାରେ, ଏକ ଘରୋଇ ସଂସ୍ଥା ପକ୍ଷରୁ ଅନଲାଇନରେ ମହାପ୍ରସାଦ ବିକ୍ରି ଚାଲିଥିଲା । ଏହାର ଏକ ବିଜ୍ଞାପନରେ ଲେଖାଯାଇଥିଲା ଯେ, ଶ୍ରୀମନ୍ଦିରର ଛପନ ଭୋଗ, ଅବଢା, ଅନ୍ନ, କାନିକା, ମିଠାଡାଲି, ବେସର, ମହୁର ଏହା ସହିତ ଶ୍ରୀଜଗନ୍ନାଥ ମନ୍ଦିରର ଶୁଖିଲା ଭୋଗ ଖଜା ଦିଆଯିବାର ରହିଛି ବ୍ୟବସ୍ଥା । ଏହାକୁ ପୁରୀ, ଭୁବନେଶ୍ବର ଓ କଟକରେ ଚାହିଦା ଅନୁସାରେ ଅନଲାଇନରେ ଯୋଗାଇ ଦେବା ପାଇଁ ସଂସ୍ଥା ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କେବଳ ପ୍ରତିଶ୍ରୁତି ବରଂ ଜୁନ ମାସରୁ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ଅର୍ଡର ଅନୁସାରେ ମହାପ୍ରସାଦକୁ କୁଡୁଆରେ ଆଣି କାର୍ଟୁନ ପ୍ୟାକିଂ କରି ପୁରୀରୁ ଏହାକୁ ଗାଡି ସାହାଯ୍ୟରେ ନେଇ ଗ୍ରାହକଙ୍କ ଘରେ ଡେଲିଭରି ଦିଆଯାଉଛି ।

ଅନଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି

ଏନେଇ ଜଣାପଡିବା ପରେ ଭକ୍ତଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଆପତ୍ତି କରିଥିଲେ । ଏଭଳି ଅନଲାଇନ ବେପାର ହେଲେ ମହାପ୍ରସାଦର ମର୍ଯ୍ୟାଦାହାନି ହେବା ସହ ଶ୍ରୀମନ୍ଦିରର ପରମ୍ପରାରେ ମଧ୍ୟ କ୍ଷୁଣ୍ଣ ହେବାର ଆଶଙ୍କା କରିଛନ୍ତି ସେବାୟତ ।

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗ, ସିଂହଦ୍ବାରା ଥାନାରେ ମାମଲା ରୁଜୁ

ତେବେ 2015 ମସିହାରେ ଅନଲାଇନରେ ମହାପ୍ରସାଦ ଯୋଗାଇବା ନେଇ ଏକ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିଲା । ହେଲେ ସେବାୟତ ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ବିରୋଧ ଯୋଗୁଁ ଏହି ପ୍ରସ୍ତାବ କାଟ ଖାଇଥିଲା । ଗତ ମେ ମାସରେ ଆଉ ଏକ ସଂସ୍ଥା ଅନଲାଇନରେ ମହାପ୍ରସାଦ ଭକ୍ତଙ୍କୁ ଯୋଗାଇବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ହେଲେ ଏଯାବତ ମାମଲା ବିଚାରଧୀନ ରହିଛି । ବର୍ତ୍ତମାନ କୋଭିଡ ସମୟରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବା ବେଳେ ମହାପ୍ରସାଦ ପାଇଁ ମଧ୍ୟ କଟକଣା ରହିଛି । ଭକ୍ତ ମହାପ୍ରସାଦ ପାଇବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଉତ୍ତରଦ୍ବାର ନିକଟରେ ବ୍ୟବସ୍ଥା ହୋଇଛି । ନିଯୋଗ ପକ୍ଷରୁ ଏକ ବ୍ୟାନର ଲଗାଯାଇ ସେଥିରେ ମୋବାଇଲ ନମ୍ବର ଦିଆଯାଇଛି । ଯେଉଁମାନେ ଚାହିଁବେ ସେମାନେ ମୋବାଇଲ ନମ୍ବରରେ ଅର୍ଡର କରି ବରାଦି ଭୋଗ ସହ ତୁରନ୍ତ ମହାପ୍ରସାଦ ପାଇଁ ଟୋକନର ବ୍ୟବସ୍ଥା ହୋଇଛି । ଭକ୍ତମାନେ ଆସି ଶ୍ରୀମନ୍ଦିର ପାଖରୁ ଏହାକୁ ନେଇଯିବେ । ହେଲେ ଅନଲାଇନରେ ଦିଆଯିବାର ବ୍ୟବସ୍ଥା ନାହିଁ । କାରଣ ଅନଲାଇନରେ ମହାପ୍ରସାଦର ପବିତ୍ରତା ନଷ୍ଟ ହେବା ସହ ଅବଢା ନାଁରେ ଘରେ ରୋଷେଇ କରି ଦେଇ ଦେବା ଭଳି ଆଶଙ୍କା ମଧ୍ୟ ରହିଛି । ତେଣୁ ଅନଲାଇନ ମହାପ୍ରସାଦ ବେପାରକୁ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଅଭିଯୋଗ କରିବ ବୋଲି କହିଥିଲା ।

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗ, ସିଂହଦ୍ବାରା ଥାନାରେ ମାମଲା ରୁଜୁ

ସେପଟେ ଏସମ୍ପର୍କରେ ସେ ଗଣମାଧ୍ୟମ ଜରିଆରେ ଅବଗତ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ଶ୍ରୀମନ୍ଦିର ପିଆରଓ । ଏହି କାର୍ଯ୍ୟ ବେଆଇନ, ଏହା ହେବା ଉଚିତ ନୁହେଁ । ମହାପ୍ରସାଦ ବିକ୍ରି ଅନଲାଇନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇନାହିଁ । ତେବେ ଏହି ବେଆଇନ କାର୍ଯ୍ୟ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।

ବର୍ତ୍ତମାନ ସୂଚନା ଅଧିକାରୀଙ୍କ ଏତଲା ପରେ ତୁରନ୍ତ ସିଂହଦ୍ବାର ପୋଲିସ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାକାରୀ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏତଲାକୁ ଗ୍ରହଣ କରି ସିଂହଦ୍ବାରା ଥାନା ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 18, 2020, 9:51 PM IST

ABOUT THE AUTHOR

...view details