ପୁରୀ: ଶନିବାର ସମସ୍ତ ଦେବୀ ପୀଠ ଗୁଡିକରେ ଅନୁଷ୍ଠିତ ହୋଇଛି ମହାନବମୀ । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କର ମହାନବମୀ ପୂଜା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି । ସେହିପରି ମା' ବିମଳାଙ୍କର ଚଳନ୍ତି ପ୍ରତିମା ଦେବୀ କାକୁଡି ଖାଇଙ୍କ ପୀଠରେ ବିମଳାଙ୍କ ରୀତିନୀତି ଅନୁଯାୟୀ ମହାନବମୀ ଅନୁଷ୍ଠିତ ହୋଇଛି ।
ଶନିବାର ମା କାକୁଡି ଖାଇଙ୍କ ନିକଟରେ ପରମ୍ପରା ଅନୁଯାୟୀ ମହାନବମୀ ଅବସରରେ ଶାନ୍ତି ବଳିଥାଏ । ମା' ବିମଳାଙ୍କ ପୀଠରୁ ସ୍ୱତନ୍ତ୍ର ଖଡ୍ଗ ଆସିଥାଏ । ଏହି ଖଡ୍ଗରେ ଶାନ୍ତି ବଳି ପଡିଥାଏ । ସେହିପରି ରବିବାର ବିଶ୍ରାମ ଦିବସ ଥିବାବେଳେ ସୋମବାର ମା କାକୁଡି ଖାଇଙ୍କ ବିଜୟା ଦଶମୀ ଅନୁଷ୍ଠିତ ହେବ।