ଓଡିଶା

odisha

ETV Bharat / state

ଜୋରସୋରରେ ଚାଲିଛି ମାଘସପ୍ତମୀ ମେଳା ପାଇଁ ପ୍ରସ୍ତୁତି - puri news

କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ବହୁ ବ୍ୟବସ୍ଥା କରାଯାଇଛି । ଏନେଇ ଅଧିକ ଖବର ପଢନ୍ତୁ ...

magha saptami mela
ମାଘ ସପ୍ତମୀ ମେଳା

By

Published : Jan 25, 2020, 6:59 PM IST

ପୁରୀ: କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ଦ୍ବିତୀୟ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀ ନିବାସଠାରେ ଅନଷ୍ଠିତ ହୋଇଯାଇଛି l କିପରି ଶ୍ରଦ୍ଧାଳୁମାନ ସୁବିଧାରେ ଚନ୍ଦ୍ରଭାଗା ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇବେ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା l

ଏଥିସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ପାନୀୟଜଳ, ସ୍ବାସ୍ଥ୍ୟ ଓ ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତରେ ବୁଡ଼ ପକାଇବେ ଏହି ବୈଠକରେ ଆଲୋଚନା ହୋଇଥିଲା l

ମାଘ ସପ୍ତମୀ ମେଳା

ପରେ ପ୍ରଶାସନିକ ଅଧିକାରୀମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ନିକଟକୁ ଯାଇ ପୋଖରୀର ସ୍ଥିତି ଅନୁଧ୍ୟାନ କରିଥିଲେ l ଆସନ୍ତା ଫେବୃୟାରୀ 1 ତାରିଖରେ ମାଘ ବୁଡ଼ ପଡୁଥିବାରୁ ପୁଷ୍କରଣୀକୁ ଖନନ କରିବା ସହିତ ଅପରିଷ୍କାର ପାଣି ନିଷ୍କାସନ କରାଯାଇ ପଙ୍କ କଢାଯାଇଛି ।

ଏଥିସହ ପୁଷ୍କରିଣୀର ପାରିପାର୍ଶ୍ବିକ କାର୍ଯ୍ୟର ପ୍ରସ୍ତୁତି ଚାଲିଛି l ଏବର୍ଷ ବାରୁଣୀ ସ୍ନାନ ପଡୁଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପୂର୍ବାନୁମାନ କରାଯାଉଛି l ତେବେ ଏହି ପ୍ରସ୍ତୁତି ବୈଠକରେ ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details