ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଗର୍ଭଗୃହରେ ବଢ଼ୁଛି ମୂଷା ଉପଦ୍ରବ, ଲାଗିଲା ମୂଷାଧରା ମେସିନ ! - ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉପଦ୍ରବ

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉପଦ୍ରବ । ମୂଷା ଧରିବାକୁ ଏକ ସ୍ଵତନ୍ତ୍ର ଯନ୍ତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଦାନ କଲେ ଭକ୍ତ । ଏହି ଯନ୍ତ୍ରକୁ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ଲଗାଯାଇଛି । ସେପଟେ ଏହି ମୂଷା ଧରା ମେସିନରୁ ଏକ ସାଉଣ୍ଡ ବାହାରୁ ଥିବାରୁ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ହେବା ଆଶଙ୍କା କରିଛନ୍ତି ସେବାୟତ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ଗର୍ଭଗୃହରେ ବଢ଼ୁଛି ମୂଷା ଉପଦ୍ରବ
ଶ୍ରୀମନ୍ଦିର ଗର୍ଭଗୃହରେ ବଢ଼ୁଛି ମୂଷା ଉପଦ୍ରବ

By

Published : Mar 18, 2023, 10:48 PM IST

ପୁରୀ: ଶ୍ରୀମନ୍ଦିରରେ ମୂଷା ଉପଦ୍ରବ ବଢ଼ିବାରେ ଲାଗିଛି । ଗର୍ଭଗୃହରେ ମୂଷା ମାନଙ୍କ ଉତ୍ପାତ କାରଣରୁ ଶ୍ରୀଅଙ୍ଗ ପ୍ରତି ବିପଦ ଆଶଙ୍କା ରହିଛି । ମୂଷା ଧରିବାକୁ ଏକ ସ୍ଵତନ୍ତ୍ର ଯନ୍ତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଭକ୍ତ ଦାନ କରିଛନ୍ତି । ତେବେ ଏହି ମୂଷା ଧରା ମେସିନରୁ ଏକ ସାଉଣ୍ଡ ବାହାରୁ ଥିବାରୁ ମହାପ୍ରଭୁଙ୍କ ନିଦ୍ରାରେ ବ୍ୟାଘାତ ହେବା ଆଶଙ୍କାକୁ ଦେଖାଯାଇ ଏହାକୁ ଲଗାଯିବ କି ନାହିଁ ସେନେଇ ପରୀକ୍ଷା କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

ଶ୍ରୀମନ୍ଦିର ଗର୍ଭଗୃହରେ ବଢ଼ୁଛି ମୂଷା ଉପଦ୍ରବ

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉତ୍ପାତ ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଆଶଙ୍କା ରହିଛି । କେବଳ ଶ୍ରୀଅଙ୍ଗ ନୁହେଁ, ଗର୍ଭଗୃହରେ ଥିବା ମହାପ୍ରଭୁଙ୍କ ଅନ୍ୟାନ୍ୟ ସାମଗ୍ରୀପ୍ରତି ମଧ୍ୟ ବିପଦ ଆଶଙ୍କା ଉପୁଜିଛି । ମହାପ୍ରଭୁଙ୍କ ରତ୍ନସିଂହାସନ ପାଖରେ ବଡ ବଡ ମୂଷା ବିଚରଣ କରୁଛନ୍ତି । ମୂଷା ଧରିବାକୁ ପାରମ୍ପରିକ ପଦ୍ଧତି କାମ ଦେଉ ନଥିବା କାରଣରୁ ସେବାୟତ ମହଲରେ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଛି । ତେବେ ମୂଷା ଧରିବାକୁ ଜଣେ ଭକ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ଏକ ଅତ୍ୟାଧୁନିକ ମେସିନ । ଯାହାର ନାମ ରହିଛି 'ଆର୍ଥ ଇନୋଭେସନ' । ଏହି ଯନ୍ତ୍ର ସାହାଯ୍ୟରେ ସହଜରେ ଗର୍ଭଗୃହରୁ ମୂଷା ମାନଙ୍କୁ ଧରିହେବ । ତେବେ ଏହି ଯନ୍ତ୍ରକୁ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ଲଗାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..ଅଶାନ୍ତ ଶ୍ରୀକ୍ଷେତ୍ର: ପୁରୀ ବଡଦାଣ୍ଡରେ ବୁଲିଲା ଖଣ୍ଡା, ୩ ଆହତ

ସେପଟେ ଶ୍ରୀମନ୍ଦିର ଭିତରେ ମୂଷା ଧରିବାକୁ ନୂଆ ମେସିନ ଲଗାଯିବାକୁ ନେଇ କିଛି ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା କଥା ହେଲା, ରାତିରେ ମେସିନରୁ ଏକ ଅଜବ ଶବ୍ଦ ବାହାରୁଛି । ଆଉ ଏହା ହେଲେ ମହାପ୍ରଭୁଙ୍କ ଶୟନରେ ବାଧା ସୃଷ୍ଟି ହେବ । ସବୁଦିନ ରାତିରେ ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ପରେ ମହାପ୍ରଭୁ ନିଦ୍ରାରେ ଯାଇଥାନ୍ତି । କିନ୍ତୁ ଏହି ମେସିନର ଅଜବ ଶବ୍ଦ କାରଣରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବ । ତେବେ ମୂଷା ଧରା ମେସିନ ଲଗାଇବା ନେଇ କେତେକ ସେବାୟତ ମହଲରେ ଅସନ୍ତୋଷ ପରେ ଶ୍ରୀମନ୍ଦିର ପ୍ରଶାସନ କେଉଁ ପ୍ରକାର ପଦକ୍ଷେପ ନେଉଛି, ତାକୁ ହିଁ ଏବେ ସମସ୍ତଙ୍କ ଅପେକ୍ଷା । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ଉପାୟରେ ଗର୍ଭଗୃହରୁ ମୂଷା ଘଉଡ଼ାଇବା ବ୍ୟବସ୍ଥା କରିବାକୁ ସେବାୟତ ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details