ପୁରୀ: ରାଜରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଦକ୍ଷିଣ କାଳୀ । କାଳୀ ପୂଜା ଅବସରରେ ସୋମବାର ଲୋକାରଣ୍ୟ ସାକ୍ଷୀଗୋପାଳର ବୀରଗୋବିନ୍ଦପୁର ଗ୍ରାମରେ ଥିବା ମାଆଙ୍କ ପୀଠ। ବହୁ ପୁରାତନ କାଳରୁ ମା’ ଏଠାରେ ପୂଜା ପାଇଆସୁଛନ୍ତି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ପୀଠରେ ଆଖୁ ଓ ପାଣିକଖାରୁ ବଳି ଦିଆଯାଇଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନା ମୁତାବକ ଗତ ରବିବାର ରାତିରେ ମା’ଙ୍କ ସେବକ ସାଙ୍ଗରେ ପୋଥି ଓ ମାଆଙ୍କ ପ୍ରତିମୂତ୍ତି ଧରି ପ୍ରଥମେ ମନ୍ଦିରରେ ପ୍ରବେଶ କରିଥିଲେ । ଏହାପରେ ଘଣ୍ଟ, ମାଦଳ, ଛତି, ତ୍ରାଶଧରି ସେବାୟତ ନିକଟସ୍ଥ ପୋଖରୀରୁ 16 ଗୋଟି କଳସରେ ଜଳ ଆଣି ମାଆଙ୍କୁ ସ୍ନାନ କରାଇଥିଲେ। ରୀତିନୀତି ଅନୁସାରେ ପ୍ରଥମେ ଘଟପୂଜା, ଚକ୍ଷୁଦାନ, ଆଖୁ ଓ ପାଣିକଖାରୁ ବଳି ମାଆଙ୍କ ପାଖରେ ସମର୍ପଣ କରାଯାଇଥିଲା। ସୋମବାର ସକାଳୁ ମା’ ଶ୍ରଦ୍ଧାଳଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ବିଶ୍ବାସ ରହିଛି ମାଆଙ୍କ ନିକଟରେ ଯେଉଁ ଭକ୍ତ ମନସ୍କାମନା ରଖେ ତାହା ପୂରଣ ହୋଇଥାଏ।