ବ୍ରହ୍ମଗିରି: ପୁରୀ ଜିଲ୍ଲାରେ ଏକାଧିକ ଶକ୍ତି ପୀଠରେ ପୂଜା ପାଉଛନ୍ତି ମା' । ହେଲେ ସେଥି ମଧ୍ୟରୁ ଅନ୍ୟତମ ବ୍ରହ୍ମଗିରିର ମା' ବାଲିହରଚଣ୍ଡୀ ଶକ୍ତିପୀଠ । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଥିବାବେଳେ ଏହି ପୀଠ ପୁରୀ ରାଜାଙ୍କ ଇଷ୍ଟ ଦେବୀ । ଏଠାରେ ଶାରଦୀୟ ଦୁର୍ଗାପୂଜା ଷୋଡଶ ଉପଚାରରେ ନିଷ୍ଠାର ସହିତ ପାଳନ କରାଯାଉଛି ।
ତେବେ ମୂଳା ଅଷ୍ଟମୀ ଠାରୁ ମହା ଅଷ୍ଟମୀ ତିଥି ପର୍ଯ୍ୟନ୍ତ ପୀଠରେ ମନ୍ଦିର ପୁରୋହିତଙ୍କ ଦ୍ଵାରା ପ୍ରତ୍ୟହ ଚଣ୍ଡୀ ପାଠ କରାଯାଇଥାଏ । ଆଉ ଏହି ଦିନମାନଙ୍କରେ ମାଙ୍କୁ ବିଭିନ୍ନ ବେଶ ଲାଗି କରାଯିବା ସହ ଅଷ୍ଟମୀ ତିଥିରେ ମା'ଙ୍କୁ ମହାକାଳୀ ଏବଂ ମହିଷା ମର୍ଦ୍ଦିନୀ ବେଶରେ ଭୂଷିତ କରାଯାଇଥାଏ । ଏହା ଓଡ଼ିଶାର ସମସ୍ତ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଇଥାଏ କିନ୍ତୁ ଏହି ଶକ୍ତିପୀଠର ପୂଜା ଅନ୍ୟତମ ରହିବା ସହ ପୀଠରେ ବଳିପ୍ରଥା ପ୍ରାୟତଃ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ପରମ୍ପରା ଅନୁଯାୟୀ ମା'ଙ୍କ ପାଖରେ ମହାଷ୍ଟମୀ ମଧ୍ୟରାତ୍ରରେ ପଶୁ ବଳି ଦିଆଯାଏ ବୋଲି ସୂଚନା ମିଳିଛି ।