ପୁରୀ: ଦୀର୍ଘ 15 ବର୍ଷ ପରେ ମାଆକୁ ଖୋଜୁଛି ଝିଅ । ମାଆ ସହ ତାର ମିଳନ କରାଇଦିଅ ବୋଲି ଲେଖିଛି ଆବେଗ ଭରା ଚିଠି । ସୁଦୂର ଅଷ୍ଟ୍ରେଲିଆରୁ ପୁରୀ ଚାଇଲ୍ଡ ଲାଇନକୁ ଚିଠି ଲେଖିଛି ୧୮ ବର୍ଷୀୟା ମମତା । ୧୫ ବର୍ଷ ତଳେ ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର ହୋଇଥିଲା 3 ବର୍ଷୀୟ କୁନି ଝିଅ ମମତା । ଏକ ଅଷ୍ଟ୍ରେଲିୟ ଦମ୍ପତି ତାକୁ ପୋଷ୍ୟ ଭବେ ଗ୍ରହଣ କରି ଅଷ୍ଟ୍ରେଲିଆ ନେଇ ଯାଇଥିଲେ । ଏବେ ମମତା ଅଷ୍ଟ୍ରେଲିଆରେ ରହୁଥିବା ବେଳେ ସ୍ନାତକ ପାସ କରିଛି ।
ଏହା ମଧ୍ୟ ପଢ଼ନ୍ତୁ:Vigilance Scanner: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ
ବଡ ହେବା ସହ ମମତା ତାର ପ୍ରକୃତ ମାଆକୁ ଖୋଜି ପାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ମାଆକୁ ଖୋଜିବାକୁ ପୁରୀ ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକଙ୍କୁ ମମତା ଲେଖିଛି ଏକ ଆବେଗଭରା ଚିଠି । ମମତା ଲେଖିଛି, "୧୫ ବର୍ଷ ତଳେ ଜଣେ ଅସହାୟ ମାଆ ତା' ଛୁଆର ଉଜ୍ଜଳ ଭବିଷ୍ୟତ ପାଇଁ ଚିନ୍ତା କରିଥିଲା । ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ଚାହୁଁଛି । ମୋତେ ଜନ୍ମ ଦେଇଥିବା ମାଆ କେଉଁଠି ଥିବ ? କେଉଁ ଅବସ୍ଥାରେ ଦିନ କାଟୁଥିବ, ତାହା ଭାବିଲେ ମତେ ବହୁତ କଷ୍ଟ ହେଉଛି । ଦୟାକରି ମୋ ମାଆକୁ ଖୋଜି ଆଣିଦିଅ ।" ମମତା ପାଖରୁ ଚିଠି ପାଇ ମାଆ ବାସନ୍ତୀଙ୍କୁ ଖୋଜିବାରେ ଲାଗି ପଡିଛି ପୁରୀ ଚାଇଲ୍ଡ ଲାଇନ୍ । ତିନୋଟି ଟିମ୍ କରି ପୁରୀ ଏବଂ ଖୋର୍ଦ୍ଧାରେ ଖୋଜା ଚାଲିଛି । ତେବେ ୧୫ ବର୍ଷ ପରେ ବାସନ୍ତୀଙ୍କ ପତ୍ତା ମିଳିବା ଏତେ ସହଜ ନୁହେଁ । ତଥାପି ପୁରୀ ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି ।