ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ସୁନା ବେଶ - ପବିତ୍ର ବିଜୟା ଦଶମୀ

ଅସତ୍ୟ ଉପରେ ସତ୍ୟର ଜୟ । ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ସୁନାବେଶ । ଅବକାଶ ନୀତି ପରେ ଆରମ୍ଭ ହୋଇଛି ସୁନା ବେଶ ।

ମହାପ୍ରଭୁଙ୍କ ସୁନା ବେଶ

By

Published : Oct 8, 2019, 12:58 PM IST

ପୁରୀ: ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଆଉ ଏହି ଅବସରରେ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଆରମ୍ଭ ହୋଇଛି ସୁନା ବେଶ।

ନୂଆଲୁଗା ଓ ଜାମା ଲାଗି ପରେ କିରୀଟୀ, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ହରିଡା ମାଳ, ତବିଜ ମାଳ ଆଦି ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯାଇଛି ।

ସକାଳ ଧୂପ ନୀତି ଶେଷ ହେବାପରେ ଚକ୍ର ମାଜଣା ହେବ । ପରେ ଅନୁଷ୍ଠିତ ହେବ ଆୟୁଧ ପୂଜା । ଏହାସହ ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧରିବା ପରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ।

ମହାପ୍ରଭୁଙ୍କ ସୁନା ବେଶ

ଏହାପରେ ଦୁର୍ଗାମାଧବ, ମଦନ ମୋହନ ଓ ରାମକୃଷ୍ଣ ଆଜ୍ଞାମାଳ ପାଇ ରଥ,ବିମାନ ଓ ପାଲିଙ୍କିରେ ବିଜେ କରି ଜଗନ୍ନାଥ ବଲ୍ଲଭ ଦଶହରା ପଦାକୁ ବିଜେ କରିବେ । ସେଠାରେ ବନ୍ଦାପନା, ପ୍ରସାଦଲାଗି ଓ ନୀତି ପରେ ମହାପ୍ରଭୁ ମତ୍ସ୍ୟ ଶିକାର କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଦଶହରା ଦିନ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶକୁ ଭକ୍ତ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details