ପୁରୀ:ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଆଜି(ବୁଧବାର) ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ 'ବନକଲାଗି' ବା 'ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ଏନେଇ ଅପରାହ୍ନ ୪ ଟା ୩୦ରୁ ରାତି ୮ଟା ୩୦ ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ ।
ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ - ଆଜି ଶ୍ରାଜୀଉଙ୍କ ବନକଲାଗି ନୀତି
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ବନକ ଲାଗି ନୀତି ପାଇଁ ଆଜି (ବୁଧବାର) ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ
![ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ ଆଜି ଶ୍ରାଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ](https://etvbharatimages.akamaized.net/etvbharat/prod-images/768-512-14808600-thumbnail-3x2-kgf.jpg)
ଆଜି ଶ୍ରାଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ
ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି । ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯାଇଥାଏ । ତେବେ ଦ୍ବିପ୍ରହର ଧୂପ ପରଠାରୁ ଆଜିର ଦର୍ଶନ ବ୍ୟବସ୍ଥାକୁ ଅପରାହ୍ନ 4 ଟା 30 ରୁ ରାତି 8 ଟା 30 ଯାଏଁ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Mar 23, 2022, 11:44 AM IST