ଓଡିଶା

odisha

ETV Bharat / state

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ 4ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି । ଏହା ଏକ ଗୁପ୍ତ ସେବା ଓ ଏକ ସ୍ବତନ୍ତ୍ର ନୀତି । ଏନେଇ ଅପରାହ୍ନ 4ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ 4ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ 4ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

By

Published : Oct 27, 2021, 10:13 AM IST

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି । ଦୀର୍ଘଦିନର ବ୍ୟବଧାନ ପରେ ଅନୁଷ୍ଠିତ ହେବ ଏହି ନୀତି । ଏହା ଏକ ଗୁପ୍ତ ସେବା ଓ ଏକ ସ୍ବତନ୍ତ୍ର ନୀତି । ଏନେଇ ଅପରାହ୍ନ 4ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ ।

ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି । ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯାଇଥାଏ । ଏହି ଶୃଙ୍ଗାରକୁ ବନକଲାଗି କୁହାଯାଏ । ତେବେ ଦ୍ବିପ୍ରହର ଧୂପ ପରଠାରୁ ଆଜିର ଦର୍ଶନ ବ୍ୟବସ୍ଥାକୁ ପୁରାପୁରି ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶାରଦୀୟ ଦୁର୍ଗାଉତ୍ସବ ପାଇଁ ଶ୍ରୀମନ୍ଦିରରେ ଦୁର୍ଗମାଧବ ଉପାସନା ଚାଲିଥିବାରୁ ମହାପ୍ରଭୁଙ୍କ ବନକଲାଗି ହୋଇପାରିନଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details