ଓଡିଶା

odisha

By ETV Bharat Odisha Team

Published : Sep 15, 2023, 9:23 PM IST

ETV Bharat / state

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ପ୍ରସଙ୍ଗ: ମୁହଁ ଖୋଲିଲେ ସେବକ ଶଙ୍ଖ ମିତ୍ର ସିଂହାରୀ, କହିଲେ ମୁଁ ନିର୍ଦ୍ଦୋଷ

ଶ୍ରୀମନ୍ଦିରରେ ମହାପ୍ରଭୁ ନୀତି ବିଭ୍ରାଟ ପ୍ରସଙ୍ଗ। ଦୋଷାରୋପ କରାଯାଉଥିବା ସେବକ ଶଙ୍ଖ ମିତ୍ର ସିଂହାରୀ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁ ନୀତି ବିଭ୍ରାଟ ପ୍ରସଙ୍ଗ
ଶ୍ରୀମନ୍ଦିରରେ ମହାପ୍ରଭୁ ନୀତି ବିଭ୍ରାଟ ପ୍ରସଙ୍ଗ

ଶ୍ରୀମନ୍ଦିରରେ ମହାପ୍ରଭୁ ନୀତି ବିଭ୍ରାଟ ପ୍ରସଙ୍ଗ

ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁ ନୀତି ବିଭ୍ରାଟ ପ୍ରସଙ୍ଗ। ନୀତି ବିଭ୍ରାଟ ନେଇ ଦୋଷାରୋପ କରାଯାଉଥିବା ସେବକ ଶଙ୍ଖ ମିତ୍ର ସିଂହାରୀ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ପ୍ରଶାସନ ତଦନ୍ତ କରି ପ୍ରକୃତ ଘଟଣା ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି ଶଙ୍ଖ ମିତ୍ର ସିଂହାରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟକୁ ନେଇ ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀଙ୍କୁ ସେବକ ମାନେ ଦୋଷାରୋପ କରିଥିଲେ। ହେଲେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ତେବେ ଶ୍ରୀମନ୍ଦିର ସ୍ଵତ ଲିପି ଅନୁଯାୟୀ, ତାଙ୍କର ଆଜି ମହାପ୍ରଭୁଙ୍କ ପାଇଁ ସେବା ପୂଜା ଅଧିକାରଥିବାରୁ ସେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ବେଳେ ଉପସ୍ଥିତ ସେବାୟତ ମଧ୍ଯ ସହଯୋଗ କରିଥଲେ। ହେଲେ ମଙ୍ଗଳ ଆଳତୀ ନୀତି ପରେ ହଠାତ ପୂଜା ପଣ୍ଡା ସେବକ ମାନେ ସହଯୋଗ କରିନଥିଲେ । ଫଳରେ ମହାପ୍ରଭୁ ନୀତିରେ ବିଳମ୍ବ ହୋଇଥିଲା।

ତେବେ ସେ ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ବିବାହ ପ୍ରସଙ୍ଗକୁ ନେଇ ତାଙ୍କୁ ସେବା ପୂଜାରୁ ନିଲମ୍ବନ କରାଯାଇଛି। ଯେଉଁଥିପଇଁ ତାଙ୍କୁ ପୂଜା ପଣ୍ଡା ସେବକ ନୀତିରେ ସହଯୋଗ କରିନଥିଲେ। "ପୁଷ୍ପାଳକ ନିଯୋଗ ପକ୍ଷରୁ ଆଜି ଯାଏଁ ନିଲମ୍ବନ ନେଇ କୌଣସି ସୂଚନା ଦିଆଯାଇନଥିଲା । ଏଣୁ ନିଲମ୍ବିତ ହୋଇଥିବା କଥା କେମିତି ଜାଣିବି?" ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ଶଙ୍ଖ ମିତ୍ର ସିଂହାରୀ । ସେ ଶ୍ରୀମନ୍ଦିରର ସ୍ବତଲିପି ଅନୁଯାୟୀ ଜଣେ ସେବକଙ୍କ ଝିଅକୁ ବିବାହ କରିଛନ୍ତି। ଏଣୁ ସେ କୌଣସି ଅଣ ସେବାୟତ ଘରେ ବିବାହ କରିନାହାନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...ଦୂର ହେଲା ଅଚଳାବସ୍ଥା, ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ନୀତିକାନ୍ତି ସ୍ବାଭାବିକ

ଏହାସହ "ସେବାୟତମାନେ ଅଲଗା ଜାତିରେ ବିବାହ କଲେ ତାଙ୍କୁ ସେବା ପୂଜାରୁ ନିବୃତ କରାଯିବା କଥା କେଉଁ ଠାରେ ଲିଖିତ ନିୟମ ଅଛି, ତାହା ପ୍ରଶାସନ ସୂଚନା ଦେଉ" ବୋଲି ସେ ଦାବି କରିଛନ୍ତି। ତେବେ ସେ ଗତ 2017 ମସିହାରେ ବିବାହ କରିଥଲେ। ଗତ 2022 ରଥଯାତ୍ରାରେ ସୁନା ବେଶରେ ଦେବି ସୁଭଦ୍ରାଙ୍କ ମଇଲମ ନୀତି ମଧ୍ୟ କରିଥିଲେ। ହେଲେ ସେତେବେଳେ କୌଣସି ଆପତ୍ତି ଉଠି ନଥିଲା। ତେବେ ଆଜି ସେବା ପୂଜାରେ କିଏ ଓ କାହିଁକି, କେଉଁ ଉଦ୍ଦେଶ୍ୟରେ ଆପତ୍ତି କରୁଛି ତାହା ପ୍ରଶାସନ ତଦନ୍ତ କରି ସ୍ପଷ୍ଟ କରିବା ଉଚିତ୍ ବୋଲି ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଦାବି କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ପ୍ରକୃତ ନ୍ୟାୟ ଦେବ ବୋଲି ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଆଶା ରଖିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details