ପୁରୀ:ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ ହୋଇଛି । ସେବାୟତଙ୍କ ବିବାଦ ଯୋଗୁଁ ମହାପ୍ରଭୁ ଶ୍ରୀଜିଉଙ୍କ ସେବା ନୀତି ହୋଇପାରି ନାହିଁ । ଜଣେ ସେବା ନିବୃତ ସିଂହାରୀ ସେବାୟତ ଜୋର୍ ଜବରଦସ୍ତ ମହାପ୍ରଭୁଙ୍କ ସେବାରେ ସାମିଲ ହେବାକୁ ନେଇ ବିବାଦ ଉପୁଜିଛି । ଫଳରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ଆଉ ନୀତି ବଢ଼ି ପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନ ସେବାୟତ ନିଯୋଗଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିର ପ୍ରଶାସକ ଉଦ୍ୟମ ଜାରି ରଖିଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ଶ୍ରୀମନ୍ଦିରେ ସେବାୟତଙ୍କୁ ନେଇ ବିବାଦ ହେତୁ ଆଜି ଶ୍ରୀମନ୍ଦିରରେ ନୀତିକାନ୍ତି ବଢିପାରି ନାହିଁ । ସେବା ନିବୃତି ଜଣେ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ହୋଇଛି । ସେବା ନିବୃତି ସତ୍ତ୍ବେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟ ନିୟୋଜିତକୁ ବିରୋଧ ହୋଇଛି । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ହୋଇଛି । ଜଣେ ସେବା ନିବୃତ ସିଂହାରୀ ସେବାୟତ ଜୋର୍ ଜବରଦସ୍ତ ମହାପ୍ରଭୁଙ୍କ ସେବାରେ ସାମିଲ ହେବାକୁ ନେଇ ବିବାଦ ହୋଇଛି । ଫଳରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ଆଗକୁ ନୀତିକାନ୍ତି ବଢ଼ି ପାରିନାହିଁ । ଫଳରେ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି । ଯାହାକୁ ନେଇ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ...ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ