ଓଡିଶା

odisha

ଅନବସରର ପଞ୍ଚମ ଦିବସ: ଆଜି ଶ୍ରୀଅଙ୍ଗ ଫିଟା ନୀତି, କାଲି ଲାଗି ହେବ ଫୁଲୁରି ତେଲ

By

Published : Jun 8, 2023, 5:17 PM IST

ଅଣସର ପିଣ୍ଡିରେ ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି । ଏହି ଅନବସର ସମୟରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ ହୋଇଛି । ଅଣସର ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି । ପଟି ଦିଅଁଙ୍କଠାରେ ଛପନ ଭୋଗ ଲାଗି ହେଉଛି । ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଆଜି ଶ୍ରୀଅଙ୍ଗ ଫିଟା ନୀତି, ଆସନ୍ତା କାଲି ଲାଗି ହେବ ଫୁଲୁରି ତେଲ
ଆଜି ଶ୍ରୀଅଙ୍ଗ ଫିଟା ନୀତି, ଆସନ୍ତା କାଲି ଲାଗି ହେବ ଫୁଲୁରି ତେଲ

ଆଜି ଶ୍ରୀଅଙ୍ଗ ଫିଟା ନୀତି, ଆସନ୍ତା କାଲି ଲାଗି ହେବ ଫୁଲୁରି ତେଲ

ପୁରୀ: ଅନବସରର ଆଜି ପଞ୍ଚମ ଦିବସରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି । ଆସନ୍ତା କାଲି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ସ୍ନାନ ଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଶ୍ରୀଜିଉ ଜ୍ଵରରେ ପଡିବା ପରେ ଏବେ ଅଣସର ପିଣ୍ଡି ରେ ଚାଲିଛି ଗୁପ୍ତ ସେବା ଉପଚାର। ମହାପ୍ରଭୁଙ୍କ ଦଇତା ପତି ସେବକ ମାନେ ଏହି ଗୁପ୍ତ ସେବା ଓ ଉପଚାର କରୁଛନ୍ତି। ଅନବସରର ପଞ୍ଚମ ଦିବସରେ ଗୁପ୍ତ ସେବା ଜାରି ରଖିଛନ୍ତି ଦଇତା ପତି ସେବକ। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଉଲାଗି ହୋଇଛି। ଏହା ଫଳରେ ଶ୍ରୀଜୀଉ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି। ତଥାପି ଜ୍ଵର ଛାଡିନାହିଁ। ଏଥିପାଇଁ ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ଚକଟା ଭୋଗ ଅର୍ପଣ କରାଯାଉଛି। ବିଭିନ୍ନ ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି।

ଏହାବି ପଢନ୍ତୁ- Rathakhala Halchal: ତିନି ରଥର ଆରମ୍ଭ ହେଲା ଦୁଆର ବେଢ଼ା କାର୍ଯ୍ୟ

ଅଣସର ପିଣ୍ଡିରେ ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି। ଏହି ଅନବସର ସମୟରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ ହୋଇଛି । ଅଣସର ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି । ପଟି ଦିଅଁଙ୍କଠାରେ ଛପନ ଭୋଗ ଲାଗି ହେଉଛି। ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ପରମ୍ପରା ଅନୁଯାୟୀ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବ। ଅନ୍ୟପଟେ ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ ଦଇତାପତି ସେବକମାନେ ବି ଶୁକ୍ଳ ବସ୍ତ୍ର ପରିଧାନ କରିଛନ୍ତି। ଏପରିକି ଧଳା ଫୁଲ ଠାକୁରଙ୍କୁ ଲାଗି ହେଉଛି।

ଅତ୍ୟଧିକ ସ୍ନାନ ଯୋଗୁଁ ଅସୁସ୍ଥ ପରେ ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାବେଳେ ଦଇତାପତି ସେବାୟତ ମାନେ ଶ୍ରୀବିଗ୍ରହଙ୍କ ସେବା ଶୁଶ୍ରୁଷା କରୁଛନ୍ତି । ଏହି ସମୟରେ ଶ୍ରୀଜୀଉଙ୍କ ନିକଟରେ ଅନ୍ନ ଭୋଗ ପରିବର୍ତ୍ତେ ଫଳମୂଳ ଓ ଚକଟା ଭୋଗ ଲାଗି କରାଯାଇଥାଏ । ତେବେ ଶ୍ରୀଜୀଉଙ୍କ ଠାରେ ଅଣସର ସମୟରେ ଲାଗି ହୋଇଥିବା ସର ଭୋଗକୁ ଦଇତାପତି ସେବକମାନେ ଆଣି ନିଜ ଘରେ ପଣା ପ୍ରସ୍ତୁତ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଥାନ୍ତି । ବର୍ଷକରେ କେବଳ ଅଣସର ସମୟରେ ଏହି ସ୍ବତନ୍ତ୍ର ପଣା ଭୋଗ ମିଳୁଥିବା ବେଳେ ଏହାକୁ ପାଇ ବହୁ ଭକ୍ତ ନିଜକୁ ଧନ୍ୟମନେ କରିଥାନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details